STORYMIRROR

Debasis Rout

Tragedy

4  

Debasis Rout

Tragedy

#ସିଏ ଗୃହ ବଧୁ ନୁହଁ#

#ସିଏ ଗୃହ ବଧୁ ନୁହଁ#

1 min
177

#ସିଏ ଗୃହ ବଧୁ ନୁହଁ ତ୍ୟାଗ ର ବନ୍ଧୁ#

କର୍ମ ବ୍ୟସ୍ତତା ଆଉ ନିଃସଙ୍ଗତା ତାକୁ 

ବାରମ୍ବାର ଶ୍ବାସରୁଦ୍ଧ କରିଥାଏ

ସଂସାର ର ଚାରିକାନ୍ଥ ନିବୁଜ

କୋଠରୀ ଭିତରେ ସେ ନିଜକୁ 

ହଜେଇ ଦେଇ ଥାଏ

ପରିବାର ର ଗାରିମା କୁ ଅକ୍ଷୁ୍‌ର୍ଣ୍ଣ 

ରଖିବାକୁ ସେ ନିଜ ଖୁସି ଓ ଆତ୍ମସମ୍ମାନ 

କୁ ଅହରହ ବଳିଦାନ ଦେଇ ଥାଏ

ସମସ୍ତ ଙ୍କ ସ୍ୱପ୍ନ କୁ ସାକାର କରିବାକୁ 

ଯାଇ ଦିନେ ନିଜ ସ୍ୱପ୍ନ ଦିନେ କଣ ଥିଲା

ସେ ଭୂଲିଯାଇ ଥାଏ 

ସଂସାର ର ସବୁ ନୀତି ନିୟମ ଯେମିତି

ତା ପାଇଁ ତିଆରି ସବୁ ତା ଉପରେ

ପ୍ରୋୟଗ ହୋଇ ଥାଏ

ଅନେକ କଲାପରେ ଭି କେବେ କେହି

ବୁଝି ପାରନ୍ତିନି ତାକୁ ସେ ହିଁ ଦୋଷୀ 

ହୋଇ ଯାଏ

ସିଏ ଗୃହ ବଧୁ ନୁହଁ ତ୍ୟାଗ ର ବନ୍ଧୁ

ଯିଏ ସବୁ ଯନ୍ତ୍ରଣା କୁ ପିଇ 

ସମସ୍ତ ଙ୍କୁ ଖୁସି ବାଣ୍ଟି ଚାଲି ଥାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy