ସ୍ୱାର୍ଥପର କପୋତ
ସ୍ୱାର୍ଥପର କପୋତ
ପଲାଶ ଗଛରେ କପୋତ କପୋତୀ
ରହୁଥିଲେ ବସା କରି
କପୋତୀ ରାଣୀଟା ଗର୍ଭବତୀ ଥିଲା
ତେଣୁ ସେ ଯାଏନି ଚରି l
କପୋତ ଯାଇ କି ଚରା ଖୋଜି ଆଣେ
ଜଙ୍ଗଲ ପର୍ବତ ବୁଲି
ଦିନେ ସେ ଜଙ୍ଗଲେ ନିଆଁ ଲାଗିଗଲା
ସବୁ ଯାଉଥାଏ ଜଲି l
ଏପରି ସମୟେ କପୋତଟା ଡ଼ରି
କପୋତୀକୁ ଦେଲା ଛାଡ଼ି
ସ୍ୱାର୍ଥପର ହୋଇ ଦୂର ଚାଲିଗଲା
ଡ଼େଣା ଝାଡ଼ି ଉଡ଼ି ଉଡ଼ି l
କିଛି ବେଳ ଗଲା ନିଆଁ ଲିଭିଗଲା
କପୋତୀର ଛୁଆ ଜନ୍ମେ
ଧିରେ ଧିରେ କରି ବଡ଼ ହେଲେ ଛୁଆ
ଉଡ଼ି ଖେଳୁଥାନ୍ତି ବଣେ l
କେତେ ଦିନ ଯାଇ କେତେ ମାସ ଗଲା
କପୋତଟା ଫେରି ଆସି
କପୋତୀ ରାଣୀକୁ ଖୋଜି ଖୋଜି ବୁଲେ
ଭେଟ ପାଇ ହୁଏ ଖୁସି l
କପୋତୀର ପାଶେ କପୋତଟା କହେ
ଶୁଣ ମୋର ପ୍ରିୟତମା
ମୋ ଦୁଇ ଛୁଆଙ୍କୁ ଦେଇ ଦେରେ ମତେ
ଗାଲେ ତାଙ୍କ ଦେବି ଚୁମା l
କପୋତୀଟା କହେ କିଏ ତୁହିଁ ଅଟୁ
ତତେ ମୁଁ ତ ଜାଣି ନାହିଁ
ସ୍ୱାର୍ଥପର ହୋଇ ମତେ ଛାଡ଼ି ଦେଇ
ଆସିଅଛୁ ଆଜି ଧାଇଁ l
କପୋତ କପୋତୀ ଲାଗିଗଲେ କଳି
ହୋଇଲା ଘୋର ଲଢ଼େଇ
ଶେଷରେ କପୋତ ଦୁଇ ଛୁଆ ଧରି
ଆନନ୍ଦରେ ଗଲା ଉଡ଼ି l
ବିଚାରୀ କପୋତୀ କଅଣ କରିବ
କାନ୍ଦେ ଦୁଃଖମନା ହୋଇ
ଇଚ୍ଚ ଗଛ ଡ଼ାଳୁ ଡ଼େଇଁ ପଡ଼ିଲାସେ
ପ୍ରାଣ ଗଲା ତାର ଛାଡି ।