STORYMIRROR

Nalini prabha misra

Inspirational

3  

Nalini prabha misra

Inspirational

ରଜ

ରଜ

1 min
246

  

ଆସ ! ମୋ ନୂଆ ଭାଉଜ

 ବରଷକେ ଥରେ ଆସିଛି ରଜ ଯେ

 ହେବା ଆମେ ସଜବାଜ।

ଲଙ୍ଗଳ ମୁନରେ ସୁନା

 ଭାର ଦେଇଛନ୍ତି ମୋ ବଡ଼ ନନା

ମୋ ବଡ଼ ନନା ଯେ ଭାର ଭରି ଚିଜ ନାନା।

ପାଦରେ ଅଳତା ଗାର

ବେଶଭୂଷା ହେବା ଆସ ମକର

ଆସ ମକର ଯେ ଗଳାରେ ପିନ୍ଧିବା ହାର।

ମଥାରେ ଟିପା ଚନ୍ଦନ

ଆଖିରେ ଲଗାଇ ଦେବା ଅଞ୍ଜନ

ଦେବା ଅଞ୍ଜନ ଯେ ବୁଲିବା ସାହି ସଦନ।

ପ୍ରଥମ ରଜ ପୂରୁବ

ଦିନ ଲିପା ପୋଛା ସାରି ସରବ

ସାରି ସରବ ଯେ ପାଳି ବିଧାନ ସରବ।

ପ୍ରତ୍ୟୁଷେ କେଶ ବିନ୍ୟାସ

ସକାଳେ ନିଷେଧ ବିଧି ବିଶେଷ

ବିଧି ବିଶେଷ ଯେ

ସର୍ବେ ପାଳିବା ଆସ।

ରଜସ୍ୱଳା ଏ ଧରିତ୍ରୀ

ନାରୀ କରିବେନି ଦେବଙ୍କ ନୀତି

ଦେବଙ୍କ ନୀତି ଯେ

ହସଖୁସିରେ ରହିବେ ମାତି।

ଗହ ଗହ ରଜ ତୋଟା

ଦୋଳି ଝୁଲେଇବ ଆସ ଶର୍ମିଷ୍ଠା

ଆସ ଶର୍ମିଷ୍ଠା ଯେ

ଆସ ଉର୍ମିଳା କର୍ମିଷ୍ଠା।

ରଜ ପୋଡ଼ପିଠା ,ଗାରି

ସମ୍ବାରି ସାଙ୍ଗକୁ ପୁର ଏଣ୍ଡୁରି 

ପୁର ଏଣ୍ଡୁରି ଯେ

 ଖାଉଥିବା ମନ ଭରି।

ଆମ ଓଡିଆଙ୍କ ପାନ

ଅଳେଇଚ ଗୁଜୁରାତି ଚମନ

ଗୁଜୁରାତି ଚମନ ଯେ

ଖାଇଲେ ଭାଙ୍ଗେନି ମନ।

ପାନ ବଟା ହାତେ ଧରି

ବୁଲି ବାଣ୍ଟି ବାକୁ ଯିବା ବାହାରି

ଯିବା ବାହାରି ଯେ ଆସ ରଜନୀ ଗୋୖରି।

ନବ ବସ୍ତ୍ର ପରିଧାନ

ହରଷେ ପାଳିବା ରଜ ବିଧାନ

ରଜ ବିଧାନ ଯେ

ପାଳନରେ ଦେବା ଧ୍ୟାନ।

କ୍ଷେତରେ ଲଙ୍ଗଳ ମୁନ

ଦେବ ନାହିଁ ଚାଷୀ ଏ ତିନି 

ଏ ତିନି ଦିନ ଯେ

କରି ନାଟ ସଂକୀର୍ତ୍ତନ।

ସଂଜ ବେଳୁ ଖାଇ ନାରୀ

ପୁରୁଷ ସଂସର୍ଗ ନିଷେଧ ହେରି

ନିଷେଧ ହେରି ଯେ

ପାଳିଥିବା ତିନିଦିନ ଧରି।

ରଜ ଆମ ଗଣ ପର୍ବ

ଆମ ସଂସ୍କୃତି ର ମହା ଗୋୖରବ

ମହା ଗୋୖରବ ଯେ 

ରଖିଛି ଐକ୍ୟ ବିଭବ।

ଯେତେ ସଭ୍ୟ ହେଲେ ଆମେ

ଆମ ପରମ୍ପରା ରଖିବା ନାମେ

ରଖିବା ନାମେ ଯେ

ଏହି ଉତ୍କଳର ଧାମେ।

ଆମ ସଂସ୍କୃତି ସହିତ

ଜୀବନ ଧାରା ଟି ହୋଇ ଜଡ଼ିତ

ହୋଇ ଜଡ଼ିତ ଯେ

କରେ ତାକୁ ଉଜ୍ଜୀବିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Nalini prabha misra

ରଜ

ରଜ

1 min ପଢ଼ନ୍ତୁ

Similar oriya poem from Inspirational