STORYMIRROR

Anujhansi Palai

Tragedy Others

4  

Anujhansi Palai

Tragedy Others

ପ୍ରେମ ଅନ୍ଧୁଣୀ

ପ୍ରେମ ଅନ୍ଧୁଣୀ

1 min
24.4K


ପ୍ରେମର ଅପେକ୍ଷାରେ

ଦିନ ମୁଁ କାଟିଛି

ତୁମକୁ ଚାହିଁରାତିରେ "

ଜାଗର ବ୍ରତକୁ ପ।ଳିଛି

ମୋ ଆତ୍ମର ଦୀପରେ ଲୁହର ଘୃତକୁ ଭରି  ହୃଦୟର

ସଳିତା କୁ ଖାଲି ମୁଁ ଜ।ଳିଛି ,

ଚାହିଁ ଥିଲି ତୁମ ଠୁ ପ୍ରେମର ଦୁଇ ଟୋପା ମିଠା ଜଳ

ଜଳ ତ ପାଇଲି ନାହିଁ ସେ ତ ବହୁତ୍ ଦୂରର ଥିଲା କଥା

ତୁମ ଠୁ ପାଇଲିନି ଟିକେ ବି ମୋ ପାଇଁ ସ୍ମୁତିର  କିଛିଟା ବେଳ

ଇଜ୍ଜତର ପାହାଚକୁ ଛାଡ଼ି

ଧରିଥିଲି ତୁମ ହାତ ଓ ତୁମ ଛାଇକୁ

ପଥ ହରା କରି ଛାଡ଼ି ଚାଲି ଗଲ।

ଖୋଜି ମୁଁ ପାଇଲିନୀ ତୁମ ପାଦ ଚିହ୍ନକୁ

ସବୁ ଠି ଲାଗିଲା ତୁମରି ମୁହଁ

ସବୁ ଆଡ଼ୁ ଶୁଭିଲା ଖାଲି ତୁମରି ସ୍ୱର

ନିଜ ଅସ୍ଥିତ୍ଵକୁ ଫିଙ୍ଗି ଦେଇ ନିଜେ ମୁଁ

ଛାଡ଼ି ଦେଲି ଆଖିରୁ ସମାଜ ପ୍ରତି ଡର

ସ୍ଵପ୍ନ ତ ଥିଲା ଦୂର୍ ପାହାଡ଼ର ମାୟା ମରୀଚିକା

ତାକୁ ପାରି ନ ଥିଲି ମୁଁ ଜାଣି

ସତକୁହନ୍ତି ଜନ ସମାଜ

ପ୍ରେମରେ ଅଛି କିଛି ଟିପ୍ପଣୀ

ସେ ସବୁକୁ ହତାଦର କରି ସେବେ

ବନିଥିଲୁ ଥିଲି ମୁଁ ତୁମ ପ୍ରେମ ଅନ୍ଧୁଣୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy