STORYMIRROR

Anujhansi Palai

Tragedy Inspirational Others

3  

Anujhansi Palai

Tragedy Inspirational Others

ଫୁରସତ.....

ଫୁରସତ.....

1 min
20


ଟିକିଏ ଖୁସି ପାଇଁ କେତେ ଯେ ଅପେକ୍ଷା

କରିବାକୁ ପଡ଼ିବ....

ଟିକିଏ ଶାନ୍ତି ର ଜୀବନ ଜିଇଁବା ପାଇଁ କେତେ ଯେ

ମରିବାକୁ ପଡ଼ିବ....

 ଟିକିଏ ସ୍ଵପ୍ନ କୁ ମୁଠାରେ ମୁଠାଇବ। ପାଇଁ...

କେତେ ଯେ ବକ୍ତବ୍ୟ ଶୁଣିବାକୁ ହେବ..

ଟିକିଏ ପାଦ ବଢିବା କୁ ହେଲେ

କାହାର କେତେ ଅନୁମତି ଜୀବନରେ ନେବାକୁ ହେବ...

ନିଜର ଟିକି ମନ ଓ ଟିକିଏ ଭଲପାଇବା ଦେବାକୁ ହେଲେ

କେତେ ଯେ ପ୍ରମାଣ ଦେବାକୁ ପଡ଼ିବ କାହାକୁ..

ଭଲ ପାଇବା ରାସ୍ତା ରେ ସମ୍ପର୍କ ସେତୁ ବନାଇବ।ର ଥିଲେ

କେତେ ଯେ କଷ୍ଟ ମିଳିବ ଆମକୁ ଆଉ ଦେବା ଆମେ କାହାକୁ...

ଏଠି ମରିବ। ଆଗରୁ ଦେବାକୁ ପଡେ. ଲୋକ ଙ୍କୁ.. ପଦେ ଅଧେ କଇଫତ୍

ପରିବାର ,ବନ୍ଧୁ ଓ ପ୍ରେମ ପରି ଯୁଦ୍ଧ କ୍ଷେତ୍ର ରେ ଜିତିବାକୁ ହେଲେ

ବନ୍ଦ୍ କରିବାକୁ ହେବ ନିଜ ଚିବୁକ କୁ...

କାରଣ କାହା ପାଖେ ନାହିଁ ଏଠି 

ଆମ ଲାଗି ଫୁରସତ୍......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy