STORYMIRROR

Shakuntala Mohanty

Tragedy

3  

Shakuntala Mohanty

Tragedy

ପ୍ରାଚୀର

ପ୍ରାଚୀର

1 min
156

ତୁମ ମୋ ଭିତରେ ଥିବା ସମ୍ପର୍କ ସେତୁଟି

ଆଜି ନୁହେଁ, କାଲି ବି ନୁହେଁ

ଗଢି ଉଠିଥିଲା କାହିଁ କେତେବର୍ଷ

ଏଇଠି ଏମିତି କେଉଁ ଏକ ଦୁର୍ବଳ ମୂହୁର୍ତ୍ତେ

ଭାସି ଯାଇଥିଲି ଭାବନାର ସୁଅରେ

ହଜି ଯାଇଥିଲି ତୁମ ମିଠା ମିଠା କଥାରେ

ଫିନିକସର ଆଶା ନେଇ

ମନର କାନଭାସରେ , ସ୍ମୃତିର ଫ୍ରେମରେ

ସବୁଦିନ ପାଇଁ ବାନ୍ଧି ରଖିବାର ସ୍ୱପ୍ନ

ଭାଙ୍ଗି ଯାଇଥିଲା ଅଚାନକ

କ୍ଷତାକ୍ତ ରୁଧିରମନ୍ତ ହୃଦୟ ଟି ମୋର

ଗୁମୁରି ଉଠୁଥିଲା ବେଳକୁବେଳ

ଆଖି ଖୋଲି ଦେଖେ ତ

ଛଳନା ପ୍ରବଞ୍ଚନା ର ପ୍ରାଚୀର

ମୁଣ୍ଡଟେକି ସାରିଥିଲା ଆମ ଭିତରେ

ପଦ୍ମ ଘୁଞ୍ଚି ଯାଉଥିଲା ଦୂରକୁ ଦୂରକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Shakuntala Mohanty

Similar oriya poem from Tragedy