ପ୍ରାଚୀର
ପ୍ରାଚୀର
ତୁମ ମୋ ଭିତରେ ଥିବା ସମ୍ପର୍କ ସେତୁଟି
ଆଜି ନୁହେଁ, କାଲି ବି ନୁହେଁ
ଗଢି ଉଠିଥିଲା କାହିଁ କେତେବର୍ଷ
ଏଇଠି ଏମିତି କେଉଁ ଏକ ଦୁର୍ବଳ ମୂହୁର୍ତ୍ତେ
ଭାସି ଯାଇଥିଲି ଭାବନାର ସୁଅରେ
ହଜି ଯାଇଥିଲି ତୁମ ମିଠା ମିଠା କଥାରେ
ଫିନିକସର ଆଶା ନେଇ
ମନର କାନଭାସରେ , ସ୍ମୃତିର ଫ୍ରେମରେ
ସବୁଦିନ ପାଇଁ ବାନ୍ଧି ରଖିବାର ସ୍ୱପ୍ନ
ଭାଙ୍ଗି ଯାଇଥିଲା ଅଚାନକ
କ୍ଷତାକ୍ତ ରୁଧିରମନ୍ତ ହୃଦୟ ଟି ମୋର
ଗୁମୁରି ଉଠୁଥିଲା ବେଳକୁବେଳ
ଆଖି ଖୋଲି ଦେଖେ ତ
ଛଳନା ପ୍ରବଞ୍ଚନା ର ପ୍ରାଚୀର
ମୁଣ୍ଡଟେକି ସାରିଥିଲା ଆମ ଭିତରେ
ପଦ୍ମ ଘୁଞ୍ଚି ଯାଉଥିଲା ଦୂରକୁ ଦୂରକୁ ।
