Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

4  

Panchanan Jena

Inspirational

ଓଡିଆର ହେଉ ଜୟ

ଓଡିଆର ହେଉ ଜୟ

1 min
8



କଳିଙ୍ଗ ହେଉ କି ଉତ୍କଳ ହେଉ

ଉଡ୍ର ହେଉ କି ଓଡ଼ିଶା ହେଉ

ଗୋଟିଏ ତାର ପରିଚୟ


ଜାତି ହେଉ କି ଭାଷା ହେଉ

ସଂସ୍କୃତି ହେଉ କି ଭାସ୍କର୍ଯ୍ୟ ହେଉ

ଓଡ଼ିଆର ହେଉ ଜୟ । 


 ମାଟି ମଟାଳ ହେଉ କି କଂସା ପଖାଳ ହେଉ

ଶାଗ ଖରଡ଼ା ହେଉ କି ଶୁଖୁଆ ପୋଡା ହେଉ

ଓଡ଼ିଆର କଥା କହେ


ଓଡିଶି ହେଉ କି ଚାନ୍ଦୁଆ ହେଉ

ଗୋଟିପୁଅ ନାଚ ହେଉ କି ପଟ୍ଟଚିତ୍ର ଦେଉ

ପରାର୍ଦ୍ଧେ ମନ କୁ ମୋହେ


ରଜ- ଦୋଳ ହେଉ କି ରଥଯାତ୍ରା ହେଉ

ଖୁଦୁରକୁଶୀ ଓଷା ହେଉ କି ଗର୍ଭଣା ସଂକ୍ରାନ୍ତି ହେଉ

ବାର ମାସେ ତେର ପରବ ପାଳେ


ପାଇକ ବୀର ହେଉ କି ବିଶୁ ମହାରଣା ପୁଅ

ବାଜି ରାଉତ ହେଉ କି ମଧୁ ବାରିଷ୍ଟର ହେଉ

ଗରବେ ସରବେ ପ୍ରଣତି ଢ଼ାଳେ


ଲୋକନୃତ୍ୟ ହେଉ କି ପ୍ରଥା ପରମ୍ପରା ହେଉ

କୋଣାର୍କ ମନ୍ଦିର ହେଉ କି ନିଳାଚଳ ଧାମ ହେଉ

ବିଶ୍ୱ ଦରବାରେ ପରିଚିତ


ମହୋଦଧି ହେଉ କି ମହାନଦୀ ହେଉ

ଲୁହା ଖଣି ହେଉ କି କଳା ହୀରା ହେଉ

ଯା ପାଇଁ ଆମେ ଗର୍ବିତ ।


Rate this content
Log in

Similar oriya poem from Inspirational