STORYMIRROR

Archana Mahapatra

Romance

3  

Archana Mahapatra

Romance

ନିରବତା

ନିରବତା

1 min
245


ନିରବତା ତୁମେ ଯେବେ ଆସ 

ଭରି ଦିଅ ହୃଦେ ପ୍ରୀତି ସ୍ପନ୍ଦନ 

ବୁଢିଆଣୀ ଜାଲେ ବନ୍ଦୀ ଆତ୍ମଗ୍ଲାନିର ଜୀବାଶ୍ମ

ଅକଳ୍ପିତ ଅକସ୍ମାତ 

ସୃଷ୍ଟି କରେ ଭୂମିକମ୍ପ ମନେ

ମୁକ୍ତ ଆକାଶର ମୃଦୁ ତରଙ୍ଗେ

ଗୋପନ ପ୍ରେମର ନିଳୀମା ରଙ୍ଗେ

କାକର ଟୋପା ର ଆୟୁଷ

ଭରେ ମନେ ପ୍ରେମ ପୀୟୂଷ

ତୁମ ବଂଶୀ ସ୍ୱନ ଶୁଣି ।

ନିରବତା ତୁମେ ଯେବେ ଆସ

ଆଣିଥାଅ କିଛି ସ୍ମୃତି

କିଛି ଅନୁଭୂତି 

ଯନ୍ତ୍ରଣା ଜର୍ଜରିତ ମୁହୂର୍ତ୍ତରେ

ବସିଭୂତ ଶବ୍ଦ କୋଷର

ଶବ୍ଦ ସବୁ ଜୀବିତ ହୁଅନ୍ତି 

ତୁମ ବଂଶୀ ସ୍ଵନ ଶୁଣି। 

ନିରବତା ତୁମେ ଯେବେ ଆସ

ଦେଇଥାଅ କିଛି ଲୁହ

କିଛି ମିଛ ପ୍ରତିଶ୍ରୁତି

ଅସହାୟ ମନ ଵନେ

ତପସ୍ୟାରତ ହୃଦୟ ସ୍ପନ୍ଦନ

ଅଦୃଶ୍ୟ ସମ୍ଭାବନା

ଦେଖେ ପୁନେଇଁ ଜହ୍ନ

ତୁମ ବଂଶୀ ସ୍ୱନ ଶୁଣି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Archana Mahapatra

ଜୀବନ

ଜୀବନ

1 min ପଢ଼ନ୍ତୁ

କାମନା

କାମନା

1 min ପଢ଼ନ୍ତୁ

Similar oriya poem from Romance