ମୋ ପାଇଁ ମୋ ମା
ମୋ ପାଇଁ ମୋ ମା
ମୋ ମା ମୋ ପାଇଁ ଅନନ୍ତ ଆକାଶଟିଏ
ଦିଗ ହରା ମଣିଷକୁ ଦେଖାଏ ପ୍ରକୃତ ଦିଗଟିଏ
ମୋ ମା ମୋ ପାଇଁ ସାଗରର ମୁକ୍ତାଟିଏ
ମୋ ଅସଜୋଡା ଜୀବନକୁ ସଜାଡି ସୁନ୍ଦର କରି ଦିଏ
ମୋ ମା ମୋ ପାଇଁ ଚିକ୍ ମିକ୍ ତାରାଟିଏ
ହାତ ଧରି ମତେ ବାଟ ଚଲାଏ ହୋଇ ସାହାରାଟିଏ
ମୋ ମା ମୋ ପାଇଁ ଗଙ୍ଗାର ପବିତ୍ର ସ୍ରୋତଟିଏ
ତା ହୃଦୟ ମମତାରେ ସଦା ଭିଜୁ ଥିଲେ ନ ଆସେ ଦୁଃଖ ଟିଏ
ମୋ ମା ମୋ ପାଇଁ ସୀମା ହୀନ ବସୁଧାଟିଏ
ସବୁ ଅଳି ଅଝଟ ମୋ ସହି ଯାଏ ପ୍ରତି
ବାଦ କରେନି ଥରୁ ଟିଏ
ମୋ ମା ମୋ ପାଇଁ ଆଲୋକର ଶିଖାଟିଏ
ଅଜ୍ଞାନ ମୋ ଚାଲି ଯାଏ ଶୁଣି ତା ଜ୍ଞାନ ଭରା କଥା ପଦୁଟିଏ
ମୋ ମା ମୋ ପାଇଁ ସରଗର ଚାନ୍ଦଟିଏ
ତା ସ୍ପଶରେ ସବୁ ସୁଖ ମିଳେ ତା କୋଳ ମୋ ପାଇଁ ସ୍ୱର୍ଗ ପରୀଟିଏ
ମୋ ମା ମୋ ପାଇଁ ଅମୃତର କଳସୀଟିଏ
ତା ହାତ ରନ୍ଧାରେ ତୃପ୍ତି ମିଳେ
ଦେଖି ଦେଲେ ତାକୁ ଥରୁଟିଏ ।