Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Inspirational Others

3  

Sunanda Mohanty

Abstract Inspirational Others

ମଧ୍ୟାହ୍ନ ଓ ସାୟାହ୍ନ

ମଧ୍ୟାହ୍ନ ଓ ସାୟାହ୍ନ

1 min
111



ଜୀବନରେ ଅନେକ ମଧ୍ୟାହ୍ନ

କେତେ ଚିହ୍ନ ସବର୍ଣ୍ଣ ଅସବର୍ଣ୍ଣ

କେତେ ଋତୁ ଫୁଲ ଓ ଫଗୁଣ

କେତେ ଅଳସ ଉଦାସ ଅପରାହ୍ନ

ରଙ୍ଗର ବିଭାବରୀ ଆକୁଳ କ୍ରନ୍ଦନ

ଲୁହ ଲହୁ ସମାଗମେ ସମାଧାନ

ଚିତ୍ରିତ ଡେଣା ଝାଡି ଚଢ଼େଇ

ଦେଖାଏ ସପନ ସୌନ୍ଦର୍ଯ୍ୟ ସଂହତିପୂର୍ଣ୍ଣ

ସମୁଦ୍ର ଗର୍ଜନରେ ଅବବାହିକା କମ୍ପନ

ସାରସ୍ବତ ସତ୍ତା କେବେ ପ୍ରବାହମାନ

ଆଉ ଅସମାହିତ ସାୟାହ୍ନ

ଅବଶିଷ୍ଟ ରହେ କିଛି ରଙ୍ଗ ଓ ଚିହ୍ନ

ତଥାପି ଶବ୍ଦରେ ଓଁ ନିବେଦନ

କିନ୍ତୁ ଯଦିଓ ଭିତରେ ସମ୍ବେଦନମାନ

ପଛକୁ ବୁଲି ଚାହିଁଲେ ଫିକା ଦୃଶ୍ୟମାନ

କୈଶୋର ଓ ଯୌବନ ଜରଦଗବ ଦାନ

ସହିଷ୍ଣୁତା, ନୀରବତା ନିଜସ୍ଵ ଏକଦମ

ଧନ୍ୟବାଦ, ଆଶୀର୍ବାଦ ଥଳି, ଅଭିନନ୍ଦନ

ଯୁଗ୍ମ ଅଯୁଗ୍ମ ସଂଖ୍ୟାର ହରଣ ଗୁଣନ

ହୁଏତ ଏଇ ହିଁ ଜୀବନ ଅଭିଧାନ

ବିଶେଷଣ ଓ ବିଶ୍ଳେଷଣ ର ଉପଲବ୍ଧିମାନ ।


Rate this content
Log in

Similar oriya poem from Abstract