STORYMIRROR

Shakti Aprupa

Inspirational

3  

Shakti Aprupa

Inspirational

ମାଆ

ମାଆ

1 min
200

ଆହାଃ‌ କି ମଧୁର ଶବ୍ଦ,

ହୁଏତ ଶବ୍ଦକୋଷ ରେ ତୁ‌ ଉପଲବ୍ଧ

ଜାଣିନି ତୋ ନାମ ର ବ୍ୟାପକତା,

କିନ୍ତୁ ଜାଣିଛି ତୋ‌ ନାମ ର ସାର୍ଥକତା

କେମିତି ଶିଶୁ ର‌ ପ୍ରଥମ ଡାକ 

ହୋଇଥାଏ ମା ଶବ୍ଦରେ,

ରହିଛି ନିଶ୍ଚୟ ଦୈବୀ ସଂଯୋଗ

ଯୁକ୍ତ ହୋଇ ତୋ ନାମରେ

ମମତା ତୋର ଏତେ ଯେ ଗଭୀର

ପାଏନା ମୁଁ ତା ପାଦଦେଶ

ତୋତେ ଦେଖି ମୋ ସକାଳ ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ଆରମ୍ଭ 

ତୋ ଠାରେ ମୋ ରାତି‌ଶେଷ

ତୋ ଝିଅ ଡାକରେ ମୁଁ ପୁଲକିତ

ମୋ ମା ଡାକରେ ତୁ,

କଥା ଦେଉଛି ମା ଝିଅ ହେଲେ ମଧ୍ୟ

ପୁଅ ଠୁ ଅଧିକ କରି ଦେଖାଇବି ମୁଁ

ତୋ ମୋ ସମ୍ପର୍କ ନୁହେଁ ଅଳ୍ପ ଦିନର 

ଅଟେ ଯେ ସାତ ଜନ୍ମର,

କାହିଁକି କେଜାଣି ଗଡିଲା ବିଧାତା

ଦେଖି ସଂଯୋଗ ତୋର ମୋର

ଗର୍ଭ ରେ ତୁ 10 ମାସ କଲୁ ଧାରଣ

ସାଇଙ୍କୁ ପ୍ରାର୍ଥନା ତୋ କୋଳରେ ହେଉ ମୋ ମରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Shakti Aprupa

ମାଆ

ମାଆ

1 min ପଢ଼ନ୍ତୁ

Similar oriya poem from Inspirational