STORYMIRROR

Bhagaban Dash

Inspirational Others

3  

Bhagaban Dash

Inspirational Others

ଲଜ୍ଜା

ଲଜ୍ଜା

1 min
13.9K


ଗାନ୍ଧୀ କହିଥିଲେ ରାତି ବାରଟାରେ

ମହିଳା କର୍ମରୁ ଘରକୁ ଫେରିଲେ

ନିରାପଦରେ,

ଜାଣିବା ତା’ହେଲେ ଆମ ଭାରତରେ

ସ୍ଵାଧୀନତା ସ୍ୱାଦ ଚାଖିଲେ।

ଆମ ମୁଖ୍ୟମନ୍ତ୍ରୀ କହିଲେ ଅହିଂସା

ସମ୍ବିଧାନରେ ଆମେ ମୁଖବନ୍ଧ କରିବା

ହିଂସାକୁ ଦେଖିଲେ ଗାନ୍ଧୀଙ୍କ ମାଙ୍କଡ଼

ଆଖିବୁଜା ରୂପ ଧରିବା

କଥାରେ କଥାରେ ହିତୋପଦେଶ

ଦେଶବାସୀଙ୍କୁ ଦେଉଥିବା।

ଯେତେ ପ୍ରକାର ଅରାଜକତା ହେଲେ

କାନ ବନ୍ଦ କରି ରହିବା।

ଏଥିପାଇଁ ଆଜି ଶିଶୁ କନ୍ୟାଟିଏ

ଜନ୍ମଦେବାପାଇଁ

ସମାଜ ନାଚାର ହେଉଛି

ଶିଶୁ କନ୍ୟାଟିଏ ଜନ୍ମ ନେଇଗଲେ

ପିତାମାତାଙ୍କ ଚିନ୍ତା ତ ବଢୁଛି।

ସ୍କୁଲ ଯିବାଠାରୁ ବୃଦ୍ଧା ହେବା ପର୍ଯ୍ୟନ୍ତ

ସୁରକ୍ଷିତ ନୁହେଁ ଇଜ୍ଜତ।

ଏଥିପାଇଁ ଆମେ ବିଶ୍ୱ ଦରବାରରେ

ବହୁତ ହେଲେଣି ଲଜ୍ଜିତ।

ଆଇନ କହିଲା ଅପ୍ରାପ୍ତ ବୟସ୍କା

ଯଦି ହୁଏ ଗଣ ଦୁଷ୍କର୍ମ

ଫାଶୀ ଦଣ୍ଡେ ତାକୁ ଦଣ୍ଡିତ କରିବା

ଦଣ୍ଡ ଅଟେ ବଡ ନିର୍ମମ।

ଏହି କଥା ଜାଣି ଦୁଷ୍କର୍ମକାରୀଏ

ହୋଇଲେଣି ଭାରି ଆନନ୍ଦ

ଭାରତର ଦଣ୍ଡ ବ୍ୟବସ୍ଥା ଏମିତି

ଦୁଷ୍କର୍ମ କଲେ ବି ଜୀବନ ଯାକ ବି

ନହେବୁ ଆମେ ବନ୍ଦ ତ।

ସଂଗେ ସଂଗେ ନ୍ୟାୟ ପ୍ରକାଶ ହୁଏନି

ଆମ ଦେଶ ଆଇନ ବ୍ୟବସ୍ଥାରେ

ଅଧିକ ଦୁଷ୍କର୍ମ କରିଚାଲିବାରେ

ସାଙ୍ଗସାଥୀର ନିର୍ଭୟରେ।

କେଉଁଠି ବିଧାୟକ କେଉଁଠି ଶିକ୍ଷକ

କେଉଁଠି ଅସାମାଜିକ

ଦୁଷ୍କର୍ମ କରିଲେ ତଦନ୍ତ କରିକି

ସମୟ ବନାଏ ଅଲାଜୁକ।

ଆମ ସଂସ୍କୃତିରେ ନାରୀଙ୍କୁ ଦେଖନ୍ତି

ସଭିଏଁ ମାଆର ରୂପରେ

ମାଆକୁ ହରଣ କରିବା ସ୍ଵଭାବ

ଛାଡୁନାହାନ୍ତି ସେ ମନରେ।

ବିଦେଶୀ ସଭ୍ୟତା ଦେଖି ଆମେ କହୁଁ

ସେମାନେ ଛେଲି ଗୋତାରିଆ

ଏବେ ଯାହା ଆମ ଦେଶରେ ହେଉଛି

ୟା’କୁ କହିବା ତାହେଲେ କୁକୁରିଆ।

ଧନ୍ୟ ପ୍ରଶାସନ ଧନ୍ୟ ରାଜନୀତି

ଧନ୍ୟ ଜନସାଧାରଣ

ଏସବୁ ନକର ଅକାଳେ ଝଡ଼ିବ

ମାଆଙ୍କୁ କଲେ ହରଣ।

ଜୟ ଜଗନ୍ନାଥ ସ୍ୱାମୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational