କରୋନା ହେ ତୁମେ ବିଦାୟ ନିୟ
କରୋନା ହେ ତୁମେ ବିଦାୟ ନିୟ
କରୋନା ହେ ତୁମେ ବିଦାୟ ନିଅ,
ବିନା ନିମନ୍ତ୍ରଣେ ବିଶ୍ୱେ ଆସିକି
ହୃଦୟତଂତ୍ରୀ ଥରାଇ ଦିୟ ।
ହଠାତ ଏପରି କାହିଁକି ଆସିଲ,
ସାରା ବିଶ୍ୱ କୁ ବୁଲିକି ଦେଖିଲ,
ଦୁଃଖ ଯନ୍ତ୍ରଣା ରେ ସଭିଙ୍କି ମାରିଲ,
ଚିନ୍ତା ଯାତନା ରେ ବୁଡ଼ାଇ ତ ଦେଲ
ଅର୍ଥନୀତି ର ମେରୁଦଣ୍ଡ କୁ ଚୁରମାର କରିଦେଲ,
ଗରିବ ଦୁଃଖୀ ର ହୃଦୟଣାତାନ୍ତ୍ରି ରାତ୍ମ ଓଟାରିନେଲ,
କି ପଦାରଥେ ଗଢା ତୁମର ଶରୀର,
ମୃତ୍ୟୁ କି ତୁମର ନାହିଁ ?
ସବୁରିକୁ ତୁମେ ଆପଣାର କର
ପାଖକୁ ପାଖକୁ ଯାଇ ।
ବିଶ୍ଵ ବିଜେତା ତୁମେ ତ ହୋଇଲ
ଡରିଲନି କାହା ପ୍ରତି,
ବଡ ବଡ ଦେଶ ଥରି ଉଠୁଛନ୍ତି ,
ତୁମର ପ୍ରକୋପ ଦେଖି ।
ମନ୍ଦିର ଦେଉଳେ ଦେବତା ଅପୂଜା
ଘଣ୍ଟି ଧ୍ୱନି ଶୁଭୁନାହିଁ ,
ଚୋର ଖଣ୍ଟ ପରି ଲୁଚିକି ରହିଲେ
ଯିଏ ଯାହା ଘରେ ଥାଇ ।
କେଡେ ଯେ ବିପଦ ଆଣିଦେଲ ତୁମେ
ଶାନ୍ତି ର ଚିହ୍ନ ନାଇଁ ,
କିଏ ବାସହରା କିଏ ବେସାହାରା
ଦୁଃଖେ ଭାଂଗିପଡେ ତହିଁ ।
ବୃଦ୍ଧ ଶିଶୁ ପାଇଁ ତମ ମନ ମଧ୍ୟେ
ଟିକିଏ ଦରଦ ନାହିଁ ,
ସବୁରି ଜୀବନ ଶୋଷି ନେଉଅଛ
ଦୟା ମାୟା କିଛି ନାହିଁ ।
ନିଷ୍ଠୁର କରିଏ ଗଢିଲା ତୁମକୁ
ଧିକ ସେ ଜନନୀ କିଏ ?
ଅଶାନ୍ତିର ବିଷ ଢାଳି ଦେଇଗଲା ,
ସାରା ପୃଥିବୀରେ ସିଏ ।
କରଯୋଡି ଆଜି କରୁ ପ୍ରଣିପାତ ,
ଶୀଘ୍ର ବିଦାୟ ନିୟ ,
ପୂର୍ବ ସ୍ତିତି ଆମ ଫେରାଇଦେଇକି
ଶାନ୍ତି ରେ ବିଶ୍ରାମ ଦିୟ
ତୁମ ମା କଲେ ତୁମେ ଯାଅ ।
କରୋନା ହେ ତୁମେ ବିଦାୟ ନିୟ (2)!!
