STORYMIRROR

Panchanan Jena

Drama

3  

Panchanan Jena

Drama

କରି ସାରିଛି ସଂହାର

କରି ସାରିଛି ସଂହାର

1 min
136


ସତ କହିବାକୁ ଗଲେ

ଛିଙ୍କ ଆସୁନି ଆଜିକାଲି

ହାଇ ମାରି ମାରି

ଥକି ଗଲେ ବି

ଢିକିରି-ହାକୁଟି 

ଚେଙ୍ଗ ବାଣ ପରି ଫୁସୁକି 

ଯାଆନ୍ତି ଫେରି 


ବୋଧହୁଏ ମନେ ପକେଇ ବାକୁ

ନାହାନ୍ତି କେହି

ମନେ ପକେଇବ ବା କିଏ ?

ଖାଇବା ପିଇବା ବେଳେ ବା କାହିଁକି ?


ବୋଉ ଗଲାଗି ଅଫେରା ରାଜ୍ୟକୁ

ତାରା ହେଲାଣି କେତେ କାଳୁ

ଅଳସୀ ପ୍ରେମୀକା ମୋ ମନର ନାୟିକା

ଅନ୍ୟ ହାତର ସିନ୍ଦୁରକୁ

ସିନ୍ଥିରେ ନାଇ 

ଘର ସଂସାର କଲାଣି 

ଦୁଇ ବର୍ଷ ତଳୁ


ଗୋଠ ଖଣ୍ଡିଆ ହୋଇ ଘରକୋଣେ

ଜାଳୁଛି ବିରହ ଦୀପାଳୀ

ଅଇଁଠା ଖିଆ ହୋଇ ରାତି ରମଣେ

ମୋବାଇଲ୍‌ ସାଥେ ଲୁଚକାଳି


ଶୁଣିବ ଭାଇ !

ହାଇ ଆସିବା ଆଗରୁ

ପାଣି ପିଇ ଦେଉଛି

ଚଳୁ କରି ସବୁ 

ସଂପର୍କର ଇସ୍ତାହାର 


ବିଶ୍ୱାସ କରିବ ଭାଇ !

ମନରେ ଭଡୁଥିବା ସବୁ ତର୍କ କୁ ବି

କରି ସାରିଛି ସଂହାର 


କେହି ତ ଜଣେ ଅଛି ମୋର ନିଜର

ମନେ ପକଉଥିବ ଭାବି ଆପଣାର

ବ୍ୟସ୍ତ ବହୁଳ ଜୀବନ ଜଞ୍ଜାଳ ଭିତରୁ ବି

କିଛି ସମୟ ବାହାର କରି

ମୋତେ ଭାବୁଥିବ ନିରନ୍ତର

ସଞ୍ଜ ସକାଳେ

ପ୍ରଭାତେ ନିଶିଥେ

ମୋ ପାଇଁ ଶୁଭ ମନାସୁଥିବ

ମନ ଗର୍ଭଗୃହେ ତନୁ ଶୃଙ୍ଗାର 


ମୋର ନିଷ୍ପତ୍ତି ଶୁଣିବ ?

ଭାବନା ରେ ମାୟା

ଚିନ୍ତା -ଚେତନାରେ କାୟା

କାମନା - ବାସନାରେ କାଳ୍ପନିକ ଜାୟା

ସବୁ ଗୋଟେ ଗୋଟେ

ଇଉଟୋପିଆ

ବିକଳ ମନର ମନସ୍ତାତ୍ତିକ ଆଇଡିଆ


ଦମନ କରି ସାରିଛି

ପୋତି ଦେଇଛି ସେହି

ଦୁର୍ବଳ କ୍ଷଣଭଙ୍ଗୁର ଇଚ୍ଛା ମାନଙ୍କୁ

ସାତ ତାଳ ବିବେକ -ପଙ୍କ ପଦୁଅଁ ପୋଖରୀ

ତଳେ 

ଶୋଇ ଯାଇଛନ୍ତି 

ଦିଶୁଛନ୍ତି ଭାରି ବିକଳିଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama