STORYMIRROR

Ratnakar Siya

Inspirational

3  

Ratnakar Siya

Inspirational

କିଛିନାରୀ

କିଛିନାରୀ

1 min
150

ହେ ନାରୀ ଅର୍ଦ୍ଧନଗ୍ନ ହେବା କ'ଣ ନିହାତି ଜରୁରୀ

ସଭ୍ୟତାର ରୁପରଂଗ ବଦଳିଲା ବୋଲି

ନିଜର ଲଜ୍ଜାକୁ ପଦର୍ଶନ କରିବା କ'ଣ ତୁମ ଧର୍ମ

ନା ସମୟ ସହ ତାଳଦେବା ବାହାନାରେ ସଂସ୍କୃତିର ଅପଚୟ

ଅପସସ୍କୃତିର ମୋହରେ ଦୁଷ୍କର୍ମକୁ ପଶ୍ରୟଦେବା ନିହାତି

ପରୋକ୍ଷରେ ଆତ୍ମସମର୍ପଣ

ପାଶ୍ଚାତ୍ୟ ସସ୍କୃତି ଆଧୁନିକତାର ବାର୍ତ୍ତାବହ ସତ

ହେଲେ ବୈଦିକ ପରମ୍ପରା ଆମ ଗୌରବର ଅସ୍ମିତା

ଅର୍ଦ୍ଧ ପୁଂଗୁଳା ଅବସ୍ଥାରେ ନାରୀର ଅଂଗ ପ୍ରଦର୍ଶନ

ଶାଳୀନତା ଅଭାବଜନୀତ ପକ୍ଷାଘାତ ରୋଗ ସହିତ ସମାନ

ହେ ନାରୀ ତୁମପାଇଁ ଲଢିବାକୁ ବହୁ ନାରୀ ସଂଗଠନ ତୁମ ସେବାରେ

ଥରଟିଏ ଭାବ ସେମାନଙ୍କ ଉଚ୍ଛର୍ଗୀକୃତ ସେବାର ମହତ୍ତ୍ୱ

ତୁମପାଇଁ ଥିବା ହୃଦୟର ମହାନତା

ଖାଦ୍ୟ ବସ୍ତ୍ର ବାସଗୃହ ଭଳି ମୌଳିକ ଆବଶ୍ୟକତାକୁ କୁହାଯାଏ ଗରିବୀ

ତା'ହେଲେ ବସ୍ତ୍ର ଅଭାବଜନୀତ ଗରିବୀ ତୁମକୁ କରିଛି କବଳିତ

ଜଣେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଲଜ୍ଜ୍ୟା ମହିଳା

ହଟାଇନିଅ ଏଇ ବେଲଜ୍ଜ୍ୟାର କଳାପରଦାକକୁ

ଫେରାଇ ଦିଅ ଦେଶଜାତିର ଗୌରବ

ତୁମେପରା ସୃଷ୍ଟିର ମହାନ ଅମୃତ

ମଣିଷସତ୍ତାର ଜାହ୍ନବୀ ମହାନଶକ୍ତିର ଅଧିକାରୀ



Rate this content
Log in

More oriya poem from Ratnakar Siya

Similar oriya poem from Inspirational