STORYMIRROR

Rohit Nagesh

Tragedy Others

3  

Rohit Nagesh

Tragedy Others

କେମିତି ଅଛ ପାରିବ କି ତୁମେ କହି

କେମିତି ଅଛ ପାରିବ କି ତୁମେ କହି

1 min
77


ଫେରୁଛି ଅତୀତ ବ୍ୟଥିତ ସହରୁ ଅଣନିଶ୍ୱାସୀ ହୋଇ

ହେ ବର୍ତ୍ତମାନ 

"କେମିତି ଅଛ ପାରିବ କି ତୁମେ କହି"।0।


ହାହାକାର ର ଜନଗହଳି ରେ ସେହି କରୁଣ ଚିତ୍କାର

ତଥାପି ନାହିଁ ଆଶ୍ୱାସନା ର କା ମୁଖେ କଥା ମଧୁର

ସ୍ୱର ବି ଅଛି ଗୀତ ବି ଅଛି ଦରଦ କେବଳ ନାହିଁ

ହେ ମୋ ସଙ୍ଗୀତ 

"କେମିତି ଅଛ ପାରିବ କି ତୁମେ କହି"।୧।


ଭାବନା କଳ୍ପନା ଅନୁଭବ ପଥେ କଣ୍ଟକିତ କେତେ ପଥ

ଭ୍ରମଣ କରିଛି ଅନେକ ଦେଶ ହେଉନି ମୁଁ ପୁଲକିତ

ଫେରୁଛି ଏବେ ମୁଁ ଯଥାର୍ଥ ଭାବିକି କେବଳ ତୁମରି ପାଇଁ

ହେ ମୋର ସ୍ବପ୍ନ 

"କେମିତି ଅଛ ପାରିବ କି ତୁମେ କହି"।୨।


ସ୍ୱାର୍ଥମେଧ ଯଜ୍ଞେ ନରବଳି ଦେଇ କରନ୍ତି ସ୍ୱାର୍ଥ ସାଧନ

ସହରେ ଖାଲି ରକ୍ତର ହୋଲି ଖେଳନ୍ତି ସହରୀ ଜନ

ଶାନ୍ତି ଖୋଜନ୍ତି ଯୁଦ୍ଧ ମାଧ୍ୟମେ ଶୁଣିଛ କି କେବେ ଭାଇ

ହେ ମୋ ପ୍ରିୟ ଗାଁ 

"କେମିତି ଅଛ ପାରିବ କି ତୁମେ କହି"।୩।


ଭଦ୍ରମୁଖା ପିନ୍ଧି ଅଭଦ୍ର ଶାସକେ ଅଙ୍ଗୁଳି ନିର୍ଦ୍ଦେଶ ରେ

କୋଟି ଦ୍ରୌପଦୀ ଙ୍କ ବସ୍ତ୍ର ହରଣ କରନ୍ତି ଏହି ସହରେ

ଫେରୁଛି ଏବେ ମୁଁ ସେ କୁରୁସଭାରୁ ଇନ୍ଦ୍ରପ୍ରସ୍ଥ ଲୋଡ଼ା ନାହିଁ

ହେ ପାଞ୍ଚପଡ଼ା

"କେମିତି ଅଛ ପାରିବ କି ତୁମେ କହି"।୪।


ହୋଟେଲ ପାର୍କର ଅଶ୍ଲୀଳତାରେ ଟିକେ ଦେହସୁଖ ପାଇଁ

ଅସଂଯତେ ଏଠି ଯୁବକଯୁବତୀ ଟିକେ ବି ସଙ୍କୋଚ ନାହିଁ

ପ୍ରେମର ସଜ୍ଞା ପ୍ରେମ ପରିଭାଷା ସତେ କି ସହରେ ନାହିଁ

ହେ ମୋ ପ୍ରେମିକା 

"କେମିତି ଅଛ ପାରିବ କି ତୁମେ କହି"।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy