Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Romance

3  

Mamatamanjari Das

Romance

ହୃଦୟର କଥା କହିଦେଲି

ହୃଦୟର କଥା କହିଦେଲି

1 min
255



ମୋ ମନର ସେଇ ନିରୁତା ପ୍ରେମକୁ

ସାଇତି ରଖିଛି ତୁମରି ପାଇଁ

ନିଃଶଦ୍ଦ ରାତିରେ ଆସିଲେ ଗୋ ସାଥୀ

ଅଭିସାରେ ଆମେ ଦେବା ବିତାଇ ।


ଜହ୍ନ ହସୁଥିବ ବାଦଲ ଫାଙ୍କରେ

ତାରା ରହିଥିବ କଣେଇ ଚାହିଁ

ତୁମ ଅଧରରେ ମୋ ଅଧର ଯୋଡି

ପ୍ରେମର ମଦିରା ଯିବା ଗୋ ପିଇ ।


ରାତ୍ରି ଗଡୁଥିବ ପ୍ରେମ ବଢୁଥିବ

ଆମେ ଥିବା ଗୋ ଏକାଠି ହୋଇ

ଏଇ ଜନ୍ମ ନୁହେଁ ଜନ୍ମ ଜନ୍ମ ପାଇଁ

ଜନ୍ମ ନେବା ଆମେ ସାଥୀ ଯେ ହୋଇ ।


ସମୟକୁ ଆମେ ସାମନା କରିବା

ସେ ଆସୁ ପଛେ ଯେଉଁ ଭାବେ

ସୁଖରେ ଅଧିର ଦୁଃଖରେ କାତର

ହେବାନି ଗୋ ସାଥୀ କେବେ ।


ରାହା ହେବା ପାଇଁ ନାହିଁ କେହି ସାଥୀ

ଆମ ଜୀବନ ଅମଡା ପଥେ

ପରସ୍ପର ଆମେ ଭରସାଟେ ହୋଇ

ଚାଲୁଥିବା ସାଥେ ସାଥେ ।


ଥକି ଗଲେ ପାଦ ବସି ଯିବା ସାଥୀ

ହାତ ଧରା ଧରି ହୋଇ

ତୁମରି ବକ୍ଷରେ ମୁଣ୍ଡ ରଖି ସାଥୀ

ମୁଁ ଶାନ୍ତିରେ ଯିବି ଗୋ ଶୋଇ ।


ତୁମେ ଖାଲି ମୋର ସାଥୀଟିଏ ନୁହେଁ

ମୋ ଭାବନାର ଶେଷ ନାମ

ତୁମେ ଖାଲି ନୁହଁ ପ୍ରଥମ ପ୍ରେମ ମୋ

ମୋ ଜୀବନ ଶେଷ ପ୍ରେମ ।




Rate this content
Log in

Similar oriya poem from Romance