STORYMIRROR

Subhasree Mishra

Inspirational

3  

Subhasree Mishra

Inspirational

ଗୁରୁପରି କେହି

ଗୁରୁପରି କେହି

1 min
280

ଆଖି ପକାଅ ମୋ ଜୀବନର ଅମା ଅନ୍ଧାରରେ

ତୁମେ ତ ଆଲୋକପୁଞ୍ଜ,

ସ୍ପର୍ଶ କର ମୋ ସହସ୍ରାର ଓ ହୃଦୟ, 

ଅନନ୍ତାନନ୍ତ କାଳୁ ପ୍ରତୀକ୍ଷାରେ ଉପେକ୍ଷିତ,

ଖୋଜିବୁଲେ ମତ୍ତ ପାଗଳପ୍ରାୟ

କେଉଁଠି ଯେ ତୁମେ ଗୁରୁଦେବ ପରମବ୍ରହ୍ମ ମୋର,

ଇପ୍ସିତ ଈଶ୍ୱର,

ଆସ ତୁମେ ସାଥେ ନେଇ ମୋ ପରମେଶ୍ଵର 

କଜ୍ଜଳସମ ଅନ୍ଧକାରେ ଜୀବନେ ମୋର ଜଳାଅ,

ଜଳାଅ ତୁମ ଆଲୋକର ବର୍ତ୍ତିକା,

ଜନ୍ମ ଜନ୍ମ କରୁଣ ନେତ୍ରେ କରିଦିଅ ଚମକର ଧାର ।

ବାରମ୍ବାର ହଜିବା ମୋର କର୍ମ,

ହେ ଗୁରୁ ହାତଧରି ଆଗେଇବା ତୁମରି ଧର୍ମ,

ଶୁଣ ମୋ ଆତ୍ମାର ବନ୍ଦନା

ଗୁରୁସାକ୍ଷାତ୍ ପରମବ୍ରହ୍ମ 

ଗୁରବେନମଃ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational