ବର୍ଷା
ବର୍ଷା
1 min
13.8K
ଘର ବାହାରେ ଝିପ୍ ଝିପ୍ ଶବ୍ଦର ଝଙ୍କାର ,
ଦେଖିଲି ବର୍ଷା ଆସିଛି ।
କହିଲା କିଛି ଲେଖ,
ମୁଁ ପରା ଅତି ନିଜର
ବିଜୁଳି ମାଖି ଚିକ୍ ଚିକ୍ କରିଦେବି,
ଆଃ ବର୍ଷା ପୁଣି ଦିଏ ,
ତୁମେ କୁହ ଦିଏ ,
କିଛି ରୋମାଞ୍ଚ,ଭିଜା ଭିଜା ମନ
ଓଦା ଓଦା ଶେଜ,ବାସ୍ନା ଭରା ରାତି ।
ଲୁହ ସବୁ ଆନ ମନା
ଭେଟି ଦେଲି କିଛି ନିବିଡ଼ ଆଶ୍ଳେଷ ଆଉ ଉଷ୍ମ ପରଶ,
ଭୋର୍ ଆଲୁଅରେ ନ ଥିଲା ବର୍ଷା
ଛାଡିଗଲା ଭିଜା ବିଛଣା,
ନଦୀ ଧାରେ ଶ୍ରାବଣୀ,
ସପନା ଆଖିରେ ସପନ
ଓଃ ବର୍ଷା ଆସିଥିଲା ।
