STORYMIRROR

Kiran Manisha Mahanti

Inspirational

2  

Kiran Manisha Mahanti

Inspirational

ଦଲାଲ

ଦଲାଲ

1 min
13.6K


ନିଜର ଆର୍ଥିକ ଅବସ୍ଥା

ଓ ସେମାନଙ୍କର ମିଠା କଥାରେ

ଲୁଟିନେଲେ ତୁମଠାରୁ

ତୁମର ସବୁ ପରିଶ୍ରମ

ଦାଦନ ଖଟାଇ...।


ଦଲାଲ ସାଜିଲେ

ଛଳନାରେ ଭରପୁର

ଭିନ୍ନ ବାହାନାକରି ବିକିବାକୁ

ପଚାଇଲେ ନାହିଁ

ମାଟି ବୋଝର ଦାମରେ

ଜ୍ୱର କିମ୍ବା ପରିଶ୍ରମରେ

ବେମାର ପଡିଲେ କେହି

ବାହାନାର ଆଖ୍ୟା ଦେଇ

ପିଟିବାକୁ ଲାଗନ୍ତି

ଏଇ ଦଲାଲ ମାନେ

ମୁଠେ ଭାତ ପଟେ ରୁଟି ପାଇଁ

ଲୁହରେ ବତୁରେଇବାକୁ ପଡେ

ଆଖି ପତା...।


କଷ୍ଟ ଭରା ହାତର ପାପୁଲିରେ ବି

ଲୁହ ଅମାନିଆ

ନା ବୁଝାଇ ପାରେ ମନକୁ

ନା ରୋକିପାରେ ଛାତିର କୋହକୁ

ଏଇ ଦଲାଲ ମାନଙ୍କ ପାଇଁ ..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kiran Manisha Mahanti

ଦଲାଲ

ଦଲାଲ

1 min ପଢ଼ନ୍ତୁ

Similar oriya poem from Inspirational