ଧର୍ମ
ଧର୍ମ
ଏ ନର ଶରୀର ମିଛ ଅଂହଙ୍କାର
ନ ରହିବ ଚିର ଦିନ,
କାଳ ବଳେ ସର୍ବ ମଶାଣି ଅଙ୍ଗାର
ହସୁଥିବ ଏକା କାଳ ।
ବାହୁ ବଳ ତୋର ଦୁର୍ବଳ ହୋଇଲେ
ଧନ ବଳ ହେବ ନାଶ,
ଧନ ବଳ ଗଲେ ଜ୍ଞାତି ସହୋଦରେ
ମାୟା ଯେ କରିବ ଗ୍ରାସ ।
ନ ଚିହ୍ନିବେ କେହି ଚିହ୍ନା ଲୋକ ହୋଇ
ଥୋଇବେ ମଶାଣି ଜୁଇ,
ଜୁଇରେ ପାଉଁଶ ହେବ ତୋ ଶରୀର
ଧର୍ମ ଥିଲେ ସାଙ୍ଗ ପାଇ ।
ଏ ଘଟ କୁ ତେଜି ଅନ୍ୟ ଘଟ ଧରି
ପୁଣି ସଂସାରରେ ଜନମ,
ପାପ ଥିବା ଯାଏ ଘଟ ଘେନୁଥିବୁ
ପାଇ କୋଟିଏ କଷଣ ।
ନ ଥିବ କଷଣ ଭଜ ରାମ ନାମ
ରାମ ନାମ ଏକା ସତ୍ୟ,
ମରା ମରା ଜପି ବାଲମିକି ଋଷି
ଉଡାଇଲେ ଧର୍ମ ନେତ. ।
