STORYMIRROR

Benudhar Behera

Children

3  

Benudhar Behera

Children

ବସିଥା ମାଆ

ବସିଥା ମାଆ

1 min
224

ବସିଥା ମାଆ ଲୋ ଘଟଗାଁ ପୀଠରେ 

ଏମିତି ମଉନ ହୋଇ 

ଜାଣି ପାରୁନାହିଁ ସାରା ଜଗତକୁ 

କେମିତି ତୁ ଠକିଦେଇ ।

ସକାଳରୁ ସଞ୍ଜ ଉଦ୍ଧାର ପାଇଁ ଲୋ 

ଡାକୁଛନ୍ତି କିଏ କେତେ 

ରକ୍ଷା କରିଦେ ମା ସଂକଟ ହାରିଣୀ 

ଏତିକି ବିନତୀ ତୋତେ ।

ସବୁ ଜାଣି ଶୁଣି କାହିଁକି ଅଜଣା 

ହେଉ ଲୋ ତାରିଣୀ ମାଆ 

ବିପଦ ବେଳରେ ମୋ ଦେଶବାସୀଙ୍କୁ 

ଟିକିଏ ହୁଅ ତୁ ସାହା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Benudhar Behera

Similar oriya poem from Children