STORYMIRROR

Bichitra Biswal

Inspirational

2  

Bichitra Biswal

Inspirational

ଅପେକ୍ଷା

ଅପେକ୍ଷା

1 min
13.3K


ଗୋଟିଏ ଜହ୍ନର ଅନୁପସ୍ଥିତି

ଭରଣା ହୋଇପାରେନି

କୋଟିଏ ତାରାର ଉପସ୍ଥିତିରେ।

ବିରହ ଜୀବନରେ

ମୁଠାଏ ରାଜନୀଗନ୍ଧା ବାସ୍ନା ବି କମ ପଡ଼ିଯାଏ

ହ୍ବିସ୍କି ବୋତଲ ପାଖରେ।

ଆଞ୍ଜୁଳାଏ ପ୍ରେମ ଖୋଜୁଥିବା ଜୀବନ

ଛଟପଟ ହୁଏ ପରିସ୍ଥିତିର

ଟ୍ରାଫିକ ସିଗ୍ନାଲରେ।

ବୈଶାଖର ପତ୍ରଝଡା ଗଛ ଭାଗ୍ୟରେ

ଆସେ ନାହିଁ ଆକାଶେ ଶ୍ରାବଣ।

ତଥାପି ଅପେକ୍ଷା ଥାଏ

ଗୋଟେ ସବୁଜ ୠତୁକୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Bichitra Biswal

Similar oriya poem from Inspirational