Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree patra

Tragedy Inspirational Others

3  

Jayashree patra

Tragedy Inspirational Others

ନାଲି ଅଭିର

ନାଲି ଅଭିର

2 mins
164



ଆଜିର ଏଇ ହୋଲି ଭଳି ଏକ ପବିତ୍ର ଦିବସରେ ପୂଜାର ବାହାଘର ହେଉଥାଏ ଏକ ସୁନ୍ଦର ଇଞ୍ଜିନିଅର ରାଜକୁମାର ସହିତ l ସମସ୍ତେ ଖୁବ ଆନନ୍ଦରେ ବାହାଘରକୁ ଉପଭୋଗ କରୁଥାନ୍ତି l ପୂଜାକୁ ସୁନ୍ଦର ଭାବେ ସଜେଇ ଦେଇଛନ୍ତି ତାର ସାଙ୍ଗମାନେ l ନିଜ ଜୀବନର ନୂଆ ମୋଡ ଦେଖି ସେ ବହୁତ ଖୁସି ଥିଲା l ସାଙ୍ଗମାନେ ତା ସହ ଥଟାତାମସା କରୁ କରୁ କନ୍ୟାକୁ ବେଦୀକୁ ନେଇଆସିବା ପାଇଁ ଡାକରା ଆସିଜାଇଥାଏ l ସାଙ୍ଗମାନେ ପୂଜାକୁ ନେଇ ତାର ମନର ମଣିଷ ପାଖରେ ବସେଇଦେବା ମାତ୍ରେ ଲାଜରେ ପୂଜାର ମୁହଁ ତଳକୁ ହେଇଯାଉଥାଏ l

ସମସ୍ତ ଵିଧିକ୍ରମରେ ବାହାଘର ହେଉଥାଏ l ରମେଶ ପୂଜାର ସିନ୍ଥିକୁ ନାଲି ସିନ୍ଦୁରରେ ଭରିଦେଲା l ସଂସାରର ଏଇ ଖୁସିର ମୁହୂର୍ତ୍ତକୁ ପୂଜା ମନେ ମନେ ଉପଭୋଗ କରୁଥାଏ l କିନ୍ତୁ ଏ ଖୁସି ପାଣି ଫୋଟକା ପରି ଫାଟି ପାଣିରେ ମିଶିଗଲା l ହଠାତ ରମେଶର ଡାଡି ଯୌତୁକରେ ଦାବି କଲେ ଦଶ ଲକ୍ଷ ଟଙ୍କା l ପୁଅକୁ ଇଞ୍ଜିନିଅର ପାଠ ପଢ଼ାରେ ବହୁତ ଟଙ୍କା ଖର୍ଚ୍ଚ ହୋଇଛି ଖାଲି ଖାଲି ଆପଣଙ୍କ ଝିଅକୁ ଘରକୁ ନେଇ ଜୀବନସାରା ଖାଇବାକୁ ଦେଇପାରିବାନି ବୋଲି ରମେଶର ଡାଡି କହିବାକୁ ଲାଗିଲେ l ଏ କଥା ଶୁଣି ପୂଜାର ବାପା ନିଜ ସମୁଦୀଙ୍କୁ କିଛି ମାସ ସମୟ ମାଗିଲେ, ହେଲେ ରମେଶର ଡାଡି କୌଣସି କଥା ଶୁଣିବାକୁ ନାରାଜ l ଆଜି ଯୌତୁକ ନଦେଲେ ବିବାହକୁ ସ୍ୱୀକୃତି ଦେଇପାରିବେନି ବୋଲି କହିଲେ l କିନ୍ତୁ ଏତେ ଟଙ୍କା କଉଠୁ ଆଣିବେ ଏ ଭଳି ଶକ୍ତ ଆଘାତ ପାଇଁ ତାଙ୍କୁ ହାର୍ଟଆଟାକ ଆସିଗଲା l ସେ ତଳେ ପଡିଗଲେ l ପୂଜା ବେଦୀରୁ ଦୌଡ଼ି ଆସି ବାପାଙ୍କୁ କୋଳେଇ ନେଇ କାନ୍ଦିବାକୁ ଲାଗିଲା l ଏତେ ସବୁ ନାଟକ ଦେଖି ବିରକ୍ତ ହୋଇ ରମେଶ ବେଦୀରୁ ଓହ୍ଲେଇ ନିଜ ଡାଡି ସହ ସାଜସଜ୍ଜା କାର ଆଡକୁ ଚାଲିଯାଉଥାଏ l ନିଜର ଜୀବନସାଥୀକୁ ଚାଲିଯାଉଥିବାର ଦେଖି ନିଜକୁ ରୋକି ପାରିଲାନାହିଁ ପୂଜା l ସେ ପଛଆଡୁ ରମେଶର ହାତ ଧରି ଅଟକାଇବାକୁ ଚେଷ୍ଟା କରିଲା l ହେଲେ ରମେଶ ହାତ ଛିଞ୍ଚାଡି ପୂଜାକୁ ଧକା ଦେଇ କଉ ଅଧିକାରରେ ହାତ ଧରିବାକୁ ସାହସ ହେଲା ବୋଲି ଚିତ୍କାର କରି ଉଠିଲା l ନିଜ ସିନ୍ଥିରେ ଲାଗିଥିବା ସିନ୍ଦୁରକୁ ଦେଖେଇ ସ୍ତ୍ରୀ ହବାର ଶତ ଦାବି ପରେ ବି ପୂଜା ହାରିଗଲା l ଆଜି ହୋଲିରେ ଭୁଲ ବଶତଃ ମଥାରେ ନାଲି ଅଭିର ଢାଳି ହୋଇଗଲା କହି ରମେଶ ପୂଜାର ସିନ୍ଥିର ସିନ୍ଦୁରକୁ ପୋଛିଦେଇ ବାପପୁଅ ଦାମୀ କାରରେ ଚାଲିଗଲେ l ଜନପୂର୍ଣ୍ଣ ଭିଡ଼ ଭିତରେ ନିଜକୁ ଏକାକୀ ଭାବୁଥାଏ ପୂଜା l ନିଜର ସିନ୍ଥିର ସିନ୍ଦୁରକୁ ପ୍ରଶ୍ନ କରୁଥାଏ ତୁ କଣ ନାଲି ଅଭିର?



Rate this content
Log in

More oriya story from Jayashree patra

Similar oriya story from Tragedy