Durgaprasad Panda

Tragedy Inspirational


Durgaprasad Panda

Tragedy Inspirational


ନାରୀ

ନାରୀ

3 mins 496 3 mins 496

ହଠାତ୍ ଥାନା ଭିତରକୁ ଏକ ସୁନ୍ଦର ଝିଅ ଆସିଲା । କାନ୍ଦୁଥାଏ ଓ ତାକୁ କେହି ଜଣେ ଭଲପାଇ ତା ସହ ସମ୍ପର୍କ ରଖିଲା ପୁଣି ଏବେ ଘର ଲୋକଙ୍କ କଥାରେ ପଡି ଅନ୍ୟ ଜଣେ ଝିଅକୁ ବିବାହ କରିବାକୁ ଯାଉଛି । ଝିଅଟି ଠାରୁ ସବୁ କଥା ଶୁଣି ଇନ୍ସପେକ୍ଟର୍ ଆଶ୍ବସ୍ତି ଦେଲେ ନ୍ୟାୟ ଦବା ପାଇଁ ଓ ବାହାରିଲେ ସନ୍ଦିଗ୍ଧକୁ ଧରିବା ପାଇଁ ।

ଆସାମୀକୁ ଧରି ଥାନା ହାଜତ୍ ରେ ରଖିଲେ । କାଲି କି କୋର୍ଟ ଫରୱାଡ୍ କରିବେ । ଝିଅଟି କହୁଥାଏ ନା ତାକୁ କୋର୍ଟ ଫରୱାଡ୍ କରନ୍ତୁନି, ମତେ ନ୍ୟାୟ ଦରକାର। ମୁଁ ତାକୁ ବିବାହ କରିବାକୁ ଚାହେଁ। ଯଦି ପୁଅଟି ତାକୁ ବିବାହ କରିବାକୁ ଚାହୁଁନି, ତେବେ ସେ ତାକୁ ଜେଲ୍ ପଠାଇ ତାର ଭବିଷ୍ୟତ ନଷ୍ଟ କରିବାକୁ ଚାହେଁ ନାହିଁ । ବରଂ ନିଜ ଭାଗ୍ୟକୁ ଆଦରି ରହିଵ।

ଠିକ୍ ଏହି ସମୟ ରେ ଜଣେ ମଧ୍ୟ ବୟସ୍କା ମହିଳା ଓ ପୁରୁଷ ଆସି ଅନୁରୋଧ କଲେ ତାଙ୍କ ପୁଅକୁ ଛାଡି ଦବା ପାଇଁ । କାରଣ ତାଙ୍କ ପୁଅର କିଛି ଦୋଷ ନାହିଁ ସେ ଝିଅଟି ନୀଚ ଜାତିର ଓ ତାଙ୍କ ପୁଅକୁ ସେ ମିଛ ରେ ଫସାଇଛି।

ତାଙ୍କ ଦୁହିଁଙ୍କୁ ଦେଖି ଆରେ ଇଏ ତା ସେଇ ରାଘବ ଏବଂ ତା ସ୍ତ୍ରୀ। ତାଙ୍କ କଥା ଶୁଣି ଇନ୍ସପେକ୍ଟର୍ (ମିରା) ଟିକେ ରହିଗଲେ ଓ ତାଙ୍କର ଅତୀତ କଥା ସବୁ ଗୋଟି ଗୋଟି ଆଖି ଆଗରେ ଭାସିଗଲା । 

ରାଘବ ଥିଲା ଉଚ ଜାତିର ପୁଅ ଓ ମୀରା ଥିଲା ନୀଚ ଜାତି ର ଝିଅ । ସମାଜ ତାଙ୍କ ଭଲ ପାଇବାକୁ ସ୍ବୀକାର କଲାନି । ସେଥିପାଈଁ ସେଇ ଦିନ ରାଘବ ସାଥିରେ ଅମାବାସ୍ୟା ରାତିରେ ଘରୁ ପଳାଇଆସିଥିଲା ମୀରା। ଲୁଚି ଲୁଚି ଦୁହେଁ ଗହିରିଆ ବିଲମାଳ ଦେଇ ଗାଁ ପାଖରେ ଥିବା ରେଳ ଷ୍ଟେସନକୁ ଓ ସେଠୁ ଭୁବନେଶ୍ୱରକୁ । ଦୁଇ ଦିନ ରହିବା ପରେ ଘରୁ ଫୋନ୍ ଆସିଲା ରାଘବ ର ବାପା ଙ୍କ ଦେହ ଖରାପ୍ ।ଗଲାବେଳେ କହିଥିଲା ଡ଼ରନି ମୁ ହେଇଗଲି ଆଉ ଆସିଲି ।ଯିବାର ୮/୧୦ ଦିନ ପରେ ମୁଁ ଫୋନ୍ କରିଥିଲି।ଆଉ ସେପଟରୁ କହିଲେ ମୁଁ ତାଙ୍କ ମିସେସ୍ କହୁଛି ,କୁହନ୍ତୁ ଆପଣ କିଏ କହୁଥିଲେ? ଏହା ଶୁଣି ମୋ ପାଦ ତଳର ମାଟି ଖସିଗଲା ପରି ଲାଗିଲା । ଦୁନିଆ ସାରା ଅନ୍ଧାର ଦେଖାଗଲା। ଫୋନ୍ ଟି କାଟିଦେଲା।

କଅଣ ବା କରିବ ଏବେ, ଜାହାକୁ ବିଶ୍ୱାସ କରି ଆସିଥିଲା ସେ ତ ଠକି ଚାଲିଗଲା। ତା ଆଗରେ ସବୁ ରାସ୍ତା ବନ୍ଦ।ଘରକୁ କେମିତି କୋ ମୁହଁରେ ଫେରିବ।ପ୍ରଥମେ ଭାବିଲା ଥାନାକୁ ଯିବ ରାଘବ ନାମରେ ଅଭିଯୋଗ କରିବ ପୁଣି କାହିଁକି କେଜାଣି ତାକୁ ହୃଦୟ ଭିତରୁ କେହି ଜଣେ ମନ କଲା।ଶେଷରେ ଦିର୍ଘ ନିଶ୍ୱାସ ନେଇ ଛିଡା ହେଲା ଓ ସଂକଳ୍ପ ନେଲା ଏ ଦୁନିଆକୁ ଦେଖାଇ ଦେବ ଯେ ପୁରୁଷ ବିନା ବି ନାରୀ କଅଣ କରିପାରେ । ନାରୀ ଅବହେଳା ଓ ଦୁର୍ବଳା ନୁହେଁ। ଏବଂ ସେହି ଦିନ ଠାରୁ ସପଥ ନେଲା ଏକା ଏକା ବଞ୍ଚିବ। କିନ୍ତୁ ଏବେ କରିବ କଅଣ ?

ଏଠି ସହରରେ ଘର ଭଡା କେମିତି ଦେବ ଓ କଅଣ ଖାଇବ?ଏହା ଭାବି ସେ ଯେତେବେଳେ ଭଡା ଘରୁ ବାହାରକୁ ଗୋଡ କାଢ଼ିଲା ଓ ଦେଖିଲା , ଏ ପୁରୁଷ ପ୍ରଧାନ ସମାଜଟି ସ୍ୱାର୍ଥପର ।ଏଠି କେହି କାହାର ଦୁଃଖ ବୁଝନ୍ତିନି ।ସମସ୍ତଙ୍କ ନଜର ତାର କଅଁଳିଆ ଶରୀର ଉପରେ।

ତଥାପି ସେ ଏ ଅଫିସ୍ ରୁ ସେ ଅଫିସ୍ ବୁଲି ବୁଲି ୪/୫ ଦିନ ପରେ ଶେଷ ରେ ନିଜ ପାଇଁ ଗୋଟେ ଚାକିରୀ ଯୋଗାଡ କଲା । ଆଉ ସେ ଚାକିରି ସହ ନିଜର ପାଠ ପଢା ବି ଜାରି ରଖିଲା । ୩ ବର୍ଷ ପରେ ଗ୍ରାଜୁଏସନ୍ ସରିଲା।ଶେଷରେ ପୁଣି ଚାଲିଲା ସଂଘର୍ଷ ସରକାରୀ ଚାକିରୀ ଟିଏ ପାଈଁ । ୩ ବର୍ଷ ର ସଂଘର୍ଷ ପରେ  ଆଜି ତାକୁ ପୋଲିସ୍ ବିଭାଗ ରେ ଇନ୍ସପେକ୍ଟର ଚାକିରୀଟିଏ ମିଲିଲା।

କିଛି ବର୍ଷ ପରେ ଦିନେ ସକାଳୁ ଅଫିସ୍ ଯାଉଥିବା ବେଳେ ଦେଖିଲା ବିଧବା ବୁଢ଼ୀ ଲୋକଟିଏ ରାସ୍ତା କଡ଼ରେ ବସି ଭିକ ମାଗୁଛି। ମୁହଁ ଟି ଦେଖିଲା ଦେଖିଲା ପରି ଲାଗୁଛି। ଆରେ ହଁ ଏତ ରାଘବ ର ବୋଉ । ସେଠାରୁ ତାଙ୍କୁ ଆଣି ଘରେ ରଖିଲା । ବୃଦ୍ଧା ଜଣକ ନିଜକୁ ଲଜ୍ୟା ବୋଧ କରୁଥିଲେ ଓ କହିଲେ ମୁଁ ଯାହାକୁ ଦିନେ ଘୃଣା କରୁଥିଲି ସେ ଆଜି ମୋ ନିଜର । କିନ୍ତୁ ନିଜ ରକ୍ତ ଆଜି ରକ୍ତକୁ ପଚାରିଲାନି।

ଏ ସବୁ କେମିତି ହେଲା ସବୁ ଶୁଣିବା ପରେ ଥାନା ରେ ଗୋଟେ କେସ୍ ଦବା ପାଇଁ ତା ବୋଉଙ୍କୁ କହିଲା ।କିନ୍ତୁ ମା ମନ, ମନାକଲେ ଓ କହିଲେ ନା ପୁଅର ଅମଙ୍ଗଳ ହେବ । ସେ ନିଜେ ଭି ଚାହୁଁଥିଲା ରାଘବକୁ କିଛି ଶିଖାଇବ । କିନ୍ତୁ ରାଘବର ବୋଉଙ୍କ କଥା ଶୁଣି ତା ହୃଦୟ ଭି ତରଳି ଗଲା ସେଶରେ ସେ ଭି ହାର୍ ମାନିଲା ।  

କିଛି ଦିନ ପରେ ରାଘବର ବୋଉ ବୟସାଧିକ୍ୟ ଯୋଗୁ ଆଖି ବୁଜିଲେ । ରାଘବକୁ ସେ ଖବର ଦେଲା କିନ୍ତୁ ରାଘବ ଆସିଲାନି । ଶେଷରେ ସେ ହିଁ ଶେଷକୃତ୍ୟ ସମ୍ପର୍ଣ୍ଣ କଲା । ଆଜି ସେ ସହରରେ ଏକା । 

କାହିଁକି କେଜାଣି ପୁରୁଣା କଥା ଗୁଡାକ ହଠାତ୍ ଏମାନଙ୍କୁ ଦେଖି ମନେ ପଡିଗଲା। ସତରେ ଇଏ ସେଇ ନାରୀ ଯିଏ ନିଜେ ଯେତେ ଦୁଃଖରେ ଥିଲେ ଭି କାହାକୁ ନିଜ ଦୁଃଖ ଜଣାଏନି । ସଦା ସର୍ବଦା ଅନ୍ୟର ମଙ୍ଗଳ ଚାହିଁଥାଏ। ପ୍ରକୃତରେ ୟେ ସମସ୍ତଙ୍କ ଠୁ ଉର୍ଦ୍ଧରେ। 


Rate this content
Originality
Flow
Language
Cover Design