Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakeshkumar Raka

Tragedy

4.8  

Rakeshkumar Raka

Tragedy

କାକବାରତା

କାକବାରତା

1 min
321



ଅଗଣାରେ ଥିବା ସଜନା ଗଛରେ କାଉଟିଏ କା କା କା ...........ମୁଠାଏ ଚାଉଳ ଆଣି ବାରଣ୍ଡାରେ ତିନି କୁଢ଼ କରି କୁଢେଇ ଦେଲା ଶିପ୍ରା । କାଉଟା ଉଡି ଆସି ଖପ୍ କରି ମୁହଁ ମାରିଦେଲା ଗୋଟାଏ କୁଢ଼ରେ । ଉଜ୍ଜ୍ବଳି ଉଠିଲା ଶିପ୍ରାର ମୁଖମଣ୍ଡଳ । ହାତ ଦୁଇଟା ଛାଆଁକୁ ଛାଆଁ ଉଠିଗଲା ମା' ତାରିଣୀଙ୍କ ଉଦ୍ଦେଶ୍ୟରେ ।ଦୀର୍ଘ ଛଅ ବର୍ଷ ପରେ ସ୍ୱପ୍ନ ତାର ସାର୍ଥକ ହେବାକୁ ଯାଉଛି । ଆନନ୍ଦରେ ଅଧିର ହୋଇ ଧାଇଁଗଲା ନିଜର ଶୋଇବା ଘରକୁ । ଧଡ଼ କରି କବାଟଟା ଆଉଜାଇ ଦେଇ ଶେଯ ତଳୁ ଚିତ୍ର ପଟଟିଏ ଆଣି ଛାତିରେ ଜାକି ଧରିଲା । ପରକ୍ଷଣରେ ଦେଖାଦେଲା ଭାବାନ୍ତର । ନା ଆଜି ସେ ସହଜରେ ଧରା ଦେବନି । ଏମିତି କେତେ କ'ଣ ଭାବି ଭାବନା ରାଇଜରେ ବୁଡିଯାଇଥିଲା । ଏତିକି ବେଳେ କବାଟ .... ଠକ୍......ଠକ୍.....ଠକ୍ ! କିଏ ବୋଲି ପ୍ରଶ୍ନ କରି ଦ୍ୱାର ନିକଟକୁ ଯାଇ କବାଟଟା ଖୋଲି ଦେଲା ଶୀପ୍ରା ଆଗରେ ତାର ବପା । ହାତରେ ଥିବା ଚିତ୍ରପଟଟି ପ୍ରତି ସଚେତନ ହୋଇ ଲାଜେଇ ଗଲା ସେ । ନିତ୍ୟାନନ୍ଦ ବାବୁ ( ଶିପ୍ରା ର ବାପା) ବି ହଡ଼ ବଡେଇ ଗଲେ । ଅଲିଅଳି ଝିଅଟିକୁ କ'ଣ କହି ସାନ୍ତ୍ୱନା ଦେବେ ସେ । ଅନନ୍ୟୋପାୟ ହୋଇ ହାତରେ ଥିବା ଟେଲିଗ୍ରାମଟିକୁ ବଢାଇଦେଲେ ଝିଅର ହାତକୁ । ଟେଲିଗ୍ରାମଟି ଉପରେ ଚଟାପଟ ଆଖି ବୁଲାଇ ନେଇ ଚିତ୍କାର କରି ଉଠିଲା ଶିପ୍ରା । ନା....ନା ଏହା କେବେ ସମ୍ଭବ ହୋଇପରେନା । ପରେ ପରେ ସେ ଅନୁଭବ କରୁଥିଲା ଟେଲିଗ୍ରାମର ସେଇ ଶବ୍ଦ ଦୁଇଟି 'ଶ୍ରିତମ ଡେଡ୍ '(ଶୀପ୍ରା ର ସ୍ୱାମୀ) ବିରାଟ ପର୍ବତ ପରି ତା ଉପରେ ନଦି ହୋଇପଡୁଚି ।।


Rate this content
Log in

More oriya story from Rakeshkumar Raka

Similar oriya story from Tragedy