Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

AMIT KUMAR SAHU

Tragedy

3  

AMIT KUMAR SAHU

Tragedy

ଅନ୍ଧାର

ଅନ୍ଧାର

1 min
7.4K


ଟିଉସନ ସରୁ ସରୁ ସନ୍ଧ୍ୟା ହେଇଯାଇଥିଲା ।ଅନ୍ଧାରକୁ ଭାରି ଭୟ ସୁମିର । ସେଥିପାଇଁ ସେଦିନ ମେସ୍ ଯାଏ ଛାଡିବାକୁ ଆସିଥିଲା ଶାଶ୍ୱତ ।ତା ପରଠୁ ଅଚାନକ ଅନ୍ଧାରକୁ କେମିତି ଗୋଟାଏ ଭଲପାଇବସିଥିଲା ସୁମି । ସତେ ଯେମିତି ତା ଜୀବନରୁ ସବୁତକ ଅନ୍ଧାର ଅପସରି ଗଲା । ସତେ ଯେମିତି ଜୀବନର ଗୋଟାଏ ନୂଆ ସଂଜ୍ଞା ପାଇଗଲା ସେ ।

ଆଜିକୁ ଚାରି ମାସ ହେଇଗଲା ଶାଶ୍ୱତ ସହର ଛାଡି ଯିବାର । ଗଲାଠାରୁ କିଛି ବି ଖବର ନାହିଁ । ୟାଭିତରେ ସେମାନେ ସାଥୀହେଇ ସାତ ଜନ୍ମର ସ୍ବପ୍ନ ଦେଖି ସାରିଥିଲେ । ସୁମି ଦେହରେ ବଢୁଛି ଗୋଟାଏ ପାଞ୍ଚମାସର ଶିଶୁ । ପାଗଳପ୍ରାୟ ହେଇଉଠୁଚି ସୁମି । ଦିବଲୋକରେ ବି କେମିତିକା ଅନ୍ଧାରରେ ରୁନ୍ଧି ହେଲାଭଳି ଅନୁଭବ କରୁଛି ସେ । କ'ଣ କହିବ ସେ ଘର ଲୋକଙ୍କୁ ? ସ୍ଥିର କରିଛି ,ଯେଉଁ ଅନ୍ଧକାରକୁ ଦିନେ ଭୟ କରୁଥିଲା, ଆଜି ପୁଣି ସେଇ ଅନ୍ଧକାରକୁ ସାଥି କରିନବ ଆଉ ଦୁଇଟି ଜୀବନକୁ ନେଇ ସେ ଅନ୍ଧକାର ଭିତରେ ଲୀନ ହେଇଯିବ ।


Rate this content
Log in

More oriya story from AMIT KUMAR SAHU

Similar oriya story from Tragedy