Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Susmita Dash

Inspirational Abstract Others

2  

Dr Susmita Dash

Inspirational Abstract Others

ଅଙ୍ଗଦାନ

ଅଙ୍ଗଦାନ

1 min
6.6K


ନିୟତିର କାରାଗାରେ ବନ୍ଦୀ

ଏ ବୟସର ସ୍ରୋତ,

ଅନ୍ତ କରି ଏକ ଅଧ୍ୟାୟର

ମାଡି ଚାଲେ ସାଗର ଗର୍ଭକୁ,

ଲୀନ ହେବା ପାଇଁ ଚିରଦିନ।

ଅସ୍ପଷ୍ଟ ହୃଦ୍ ସ୍ପନ୍ଦନ

ଦୁଃସାହସ କରେ ବୁଝିବାକୁ ,

ପରିବର୍ତ୍ତନଶୀଳ ଦୁନିଆରେ

ମୂଲ୍ୟବୋଧ ଏ ଜୀବନ ର,

ମୁକ୍ତ କରି ସବୁ ବନ୍ଧନ।.

ହଜାଇ ନିଜର ସମଗ୍ର ସତ୍ତା,

ସୂର୍ଯ୍ୟାସ୍ତ ପରେ,ସେ ପାରିରେ

ରହିଯିବ କେବଳ ବିଦଗ୍ଧ କାହାଣୀ

ଆଶା,ଆକାଂକ୍ଷା ଓ ପ୍ରୟାସ ,

ହେବାକୁ ସଦା ମୋହଶୂନ୍ୟ।

ପ୍ରବେଶି ଶରୀରେ ଅନ୍ୟ

ଜୀବନ ସୁରଭି କରି ବିତରଣ,

କେତେ ଶରୀରରେ ସ୍ନିଗ୍ଧ ଶିହରଣ,

ନିରାଶାର ଆନିକଟରେ ହେଵ

ତରଙ୍ଗାୟିତ, ନବଜୀବନ।


Rate this content
Log in

Similar oriya poem from Inspirational