Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Inspirational Others

5.0  

Minakshi Samal

Inspirational Others

ଶ୍ରେଷ୍ଠ କୃତୀ

ଶ୍ରେଷ୍ଠ କୃତୀ

1 min
139


ମଣିଷ ଜୀବନ ଅଟଇ ଦୁର୍ଲଭ

ପ୍ରାଣୀ ଜଗତରେ ଶ୍ରେଷ୍ଠ

ସୃଷ୍ଟିକର୍ତ୍ତାଙ୍କର ସୃଷ୍ଟିର ମଧ୍ୟରୁ

ଅଟଇ ସେ ସର୍ବଶ୍ରେଷ୍ଠ ।

ପଶୁ ପରି ଥାଏ ଜୀବନ ତା ମଧ୍ୟେ

ଶକ୍ତି ଚାଲି ବୁଲିବାର 

ପଶୁପରି ସିଏ ଖାଇ ପିଇ କରି

ଜୀବନ ବିତାଏ ତାର ।

ଫରକ ଏତିକି ସର୍ବଜ୍ଞାତ ଯାହା

ମନୁଷ୍ୟ ଯେ ବସ୍ତ୍ରଧାରୀ

ଲଜ୍ଜା ସମ୍ବରଣ କରିବାର ଅର୍ଥେ

ବସ୍ତ୍ର ପରିଧାନ କରି ।

ମନୁଷ୍ୟ ଶ୍ରେଷ୍ଠତା ପ୍ରମାଣିତ ହୁଏ

ଚିନ୍ତନର ଶକ୍ତି ପାଇଁ

ସଠିକ ଚିନ୍ତନ ସାହାଯ୍ୟ କରଇ

ନିଷ୍ପତ୍ତି ନେବାର ପାଇଁ ।

ହେ ମାନବଗଣ,ଶ୍ରେଷ୍ଠତ୍ତ୍ବ ନିଜର

ପ୍ରଦର୍ଶନ କର ତୁମେ

ସୃଷ୍ଟିମଧ୍ୟେ ସାର ତୁମର ଅସ୍ତିତ୍ୱ

ଦେଖାଅ ନିଜର କର୍ମେ ।


Rate this content
Log in

Similar oriya poem from Inspirational