Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Inspirational Others

3  

Debabrata Jena

Inspirational Others

ଅସ୍ତିତ୍ୱ (ସୋନେଟ)

ଅସ୍ତିତ୍ୱ (ସୋନେଟ)

1 min
301


ବସ୍ତୁଗତ ବାସନାର ସବୁ ସୀମା ଡେଇଁ

ଇଚ୍ଛା ହୁଏ କାହୁଁ କେବେ ପହଁଚିବା ପାଇଁ

ଦିବସର ପରେପରେ ନିଶି ବିଜନରେ

ଘୁରି ବୁଲିବାକୁ କେଉଁ ନିର୍ଜନ ଟାପୁରେ ।।

ଫି ଦିନର କାର୍ଯ୍ୟସୂଚୀ କରି ପ୍ରତିହତ

ଜୀବନଟେ ବଞ୍ଚିବାକୁ କାମନା ରହିତ ।।

ପାରି ହୋଇ ସମୟର ଦିଗବଳୟକୁ

ଅନୁସନ୍ଧାନରେ ସତ୍ୟ ଆଉ ଆଲୋକକୁ ।।

ଅମାନିଆ ମନ କେବେ ଲଗାମବିହୀନ

କାହିଁ କେତେ ବୁଣେ ପୁଣି ଦିବାକାଳେ ସ୍ୱପ୍ନ

ଅବୋଲକରା ସାଜିଣ ଧାଏଁ ନଦୀ ତୀରେ

ଅବା ବାସହୀନ-ଦୀପପୁଞ୍ଜ ବାଲୁକାରେ ।।

ସମୟର ନାଗଫାଶେ ବନ୍ଧା ଏ ଜଗତ

ଆଶାର ଦୀପାଳି ଜାଳି ଖୋଜେ ତା' ଅସ୍ତିତ୍ୱ ।।


ଦେବବ୍ରତ ଜେନା

ଭୋଗରାଇ, ବାଲେଶ୍ବର


Rate this content
Log in

Similar oriya poem from Inspirational