Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

4.9  

BISWESWAR MAJHI

Inspirational

ସପନ କରିବା ସାର୍ଥକ

ସପନ କରିବା ସାର୍ଥକ

1 min
285


ସୁଖ ନିଦ୍ରା ହେଲେ ସପନ ଆବେଶେ ଭିନ୍ନ ରାଇଜରେ ବାସ

ନିଦ୍ରାର ବ୍ୟାଘାତ ହେଲେ ଦୁଃସ୍ୱପ୍ନ ମାନେ କରନ୍ତି ପ୍ରବେଶ ।

କିଶୋରୀ କୁମାରୀ ଦେଖେ ତା'ର ସପନର ରାଜକୁମାରକୁ

ପକ୍ଷୀରାଜ ଘୋଡା ଚଢି ଆସୁଅଛି ଉଠାଇ ନେବ ସେ ତାକୁ

କୁମାର ଦେଖଇ ଲାବଣ୍ୟ ପ୍ରତିମା କୋମଳାଙ୍ଗି ସୁନାଗୋରୀ

ପଥ ଚାହିଁ ତା'ର ଅନାଇ ବସିଛି ଅଣିମାଦି ସୁଖଶିରୀ ।

ଜନନେତା ଆମ ଅବ୍ଦୁଲ କଲାମ ସପନର କଲେ ବ୍ୟାଖ୍ୟା

ସପନ ନିଦ୍ରାକୁ ନଭାଙ୍ଗିଲା ଯଦି ସପନେ ନାହିଁ ତା ଆଖ୍ୟା ।

ସପନ ଦେଖିଲେ ସଫଳ କରିବା ପାଇଁ ହୁଅ ହରବର

ବାପୁଜୀ ଦେଖିଲେ ରାମରାଜ୍ୟ ସ୍ୱପ୍ନ ଅସ୍ପୃଶ୍ଯତା ବିପକ୍ଷର ।

କୁଟୀର ଶିଳ୍ପର ପ୍ରସାର ହୋଇବ ପଂଚାୟତ ରାଜ ଦୃଢ

ନିଶା ନିବାରଣ ହୋଇବ ସଫଳ ନ ମରିବେ କୁଢକୁଢ ।

କଲାମଙ୍କ ସ୍ୱପ୍ନ ଭିଜନ ଟ୍ୱେଣ୍ଟି ଟ୍ୱେଣ୍ଟି ଭାରତର ଭବିଷ୍ୟତ

ବିଶ୍ୱଶକ୍ତି ହୋଇ ଉଭା ହେବ ଯଦି ଯୁବଶକ୍ତି ହେଲେ ଶକ୍ତ ।

ବାଜପେୟୀ ଆମ ସ୍ୱପ୍ନ ଦେଖିଥିଲେ ସୁବର୍ଣ୍ଣ ଚତୁର୍ଭୁଜ

ନଦୀ ଯୋଡା ପରି ମହତ ସପନ ହୋଇନାହିଁ ପୂର୍ଣ୍ଣ ଆଜ ।

ଏତେ ସପନକୁ ରାତି କାହିଁ ବୋଲି ଆପ୍ତ ବାକ୍ୟ ଆମ ଅଛି

ସପନରେ ମଜ୍ଜି ରହିଲେ ଆୟୁଷ ସରି ସରି ଯାଉଅଛି ।

ରାବଣଙ୍କ ସ୍ୱପ୍ନ ସରଗେ ନିଶୁଣି ସପନରେ ରହିଗଲା

କୃର କାଳ ଆସି ଝାମ୍ପି ନେଇ ଗଲା ସ୍ୱପ୍ନ ଆଖିରେ ରହିଲା ।

ଯୁବପିଢି ଆମ ସପନ ଦେଖନ୍ତୁ ନିଜ ପାଇଁ ଦେଶ ପାଇଁ

ନିଜେ ଉଚ୍ଚ ହେଲେ ଦେଶ ଆପେଆପେ ଉଚ୍ଚ ହୋଇବ ସାଇଁ ।



Rate this content
Log in

Similar oriya poem from Inspirational