Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Inspirational

4.9  

ବି. ନିରୁପମା

Inspirational

ଆଗକୁ ବି ରଖିଥିବି

ଆଗକୁ ବି ରଖିଥିବି

1 min
7.0K


କରୁଣାମୟଙ୍କ କରୁଣାରୁ ଆଜି ଲେଖନୀ ମୋ ରୁଦ୍ଧିମନ୍ତ ,

ଅଳପେ ବହୁତେ ରାଇଜ ଚିହ୍ନୁଛି

ସୁରୁଜୁଛି ସୁ-ସାହିତ୍ୟ ।

ମୁଁ ନିମିତ୍ତ ମାତ୍ର; ମୋହରି ଭିତରେ

ଲୁଚିରହି ସେଇ ସାଇଁ ,

କରୁଛନ୍ତି ଯେତେ ମଙ୍ଗଳ କରମ

ମୋ ଆତ୍ମ କଲ୍ୟାଣ ପାଇଁ ।

ଅନ୍ତରରୁ ମୋର ଦୂର କରିଦେଇ

ମିଥ୍ୟା, ଅଭିମାନ-ଛନ୍ଦ ,

ଶୁଭ ବିଦ୍ୟା,ବୁଦ୍ଧି ଦେଇଛନ୍ତି ଭରି

ଚିହ୍ନିବାକୁ ଭଲ ମନ୍ଦ ।

ମୋହ ପ୍ରତି ଢାଳି ଅଶେଷ କରୁଣା

ବିବେକି ଯେ କରିଛନ୍ତି ,

ସେଇ ଶକ୍ତି ବଳେ ଉଚିତ କି ନୁହେଁ

ପାରୁଛି ମୁଁ ଭାବି ଚିନ୍ତି ।

ଆନ ହିତ କିଛି କରିବା ସକାଶେ

ବଳୁଅଛି ତେଣୁ ମନ ,

ସିଏ ମୋର ବନ୍ଧୁ,ପରମ ହିତୈଷୀ

ଅଟନ୍ତି ଅମୂଲ୍ୟ ଧନ ।

ଏ କଥାକୁ ସଦା ହେଜ ରଖିଅଛି

ଆଗକୁ ବି ରଖିଥିବି ,

ତାଙ୍କ ରୂପ ଧ୍ୟାୟୀ,ଗୁଣ ଯେତେ ଗାଇ

ବାକି ଦିନ ବିତାଇବି।।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Inspirational