Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

0.8  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆସ ପଢିବା ବହି

ଆସ ପଢିବା ବହି

1 min
6.8K


ଅରୁପ କୁମାର ବିଶ୍ୱାଳ


ଜ୍ଞାନ ବିଜ୍ଞାନ ଗପ କବିତା,

ବହିରେ ଅଛି କେତେ ଯେ କଥା

ରଖିଛି ଆମ ପାଇଁ । ।

ଇତିହାସ ଯେ ଭାଷା ସାହିତ୍ୟ

ପ୍ରବନ୍ଧ ଆଉ କେତେ ଗଣିତ,

ଜ୍ଞାନ ଭଣ୍ଡାର ଏଇ । ।

ଆଗ୍ରହେ ଯିଏ ବହି ପଢଇ

ଜୀବନ ତା’ର ଧନ୍ୟ ଅଟଇ,

ସବୁଠି ହୁଏ ଜୟୀ । ।

ସବୁ ତାଲାର ଗୋଟିଏ ଚାବି

ରଙ୍ଗ ବେରଙ୍ଗ ଏହାର ଛବି,

ମନକୁ ନିଏ ମୋହି । ।

ବହିର ସମ ନାହିଁକେ ବନ୍ଧୁ

ଜ୍ଞାନର ସିଏ ଅଟଇ ସିନ୍ଧୁ,

ବିପଦେ ସାହା ସେଇ । ।

ଦୁନିଆ ଦାଣ୍ଡେ ଚାଲିବା ପାଇଁ

ସମସ୍ତ ସୂତ୍ର ଦିଅଇ କହି,

ବହିର ସମ ଆଉ କେ ନାହିଁ । ।

ବହିରେ ଯାର ନାହିଁ ଆଦର

ଜୀବନ ତା’ର ପୂରା ବେକାର,

ବଞ୍ଚେ ସେ ଦୁଃଖ ସହି । ।

ବହି ଦେଖାଏ ଜୀବନେ ପଥ

ବୁଝାଇ ଦିଏ ସକଳ ତଥ୍ୟ,

ବିକଳ୍ପ ୟାର ନାହିଁ । ।

ବହି ପଢିବା ଦେଶ ଗଢିବା

ଆଳସ୍ୟ ତେଜି କର୍ମ କରିବା,

ଆସ ଭଉଣୀ ଭାଇ । ।

ବହି ପଢିବା ମନ ଲଗାଇ

ସବୁ ପ୍ରଶ୍ନର ଉତ୍ତର ଦେଇ

ଅବୁଝା କିଛି ରହିବ ନାହିଁ । ।


Rate this content
Log in

Similar oriya poem from Classics