Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Deepak Sarangi

Inspirational

2  

Deepak Sarangi

Inspirational

ପ୍ରଭୁଙ୍କ ପାଇଁ ପଦଟିଏ

ପ୍ରଭୁଙ୍କ ପାଇଁ ପଦଟିଏ

1 min
7.0K


ପ୍ରଭୁଙ୍କ ପାଇଁ ପଦଟିଏ

ସବୁ ସୁଖରୁ ବଞ୍ଚିତ କରି

ମୋତେ କରିଛ ହେ ହୀନ

ନିରାଶାରେ ବଞ୍ଚିଛି ମୁଁ ପ୍ରଭୁ ; କିନ୍ତୁ,

ଛାଡିନି ତୁମ ଭଜନ ଓ କୀର୍ତ୍ତନ ।

ଦୀନବନ୍ଧୁଙ୍କର ବନ୍ଧୁ ବୋଲି

ପରା ତୁମକୁ ଜଗତ ବୋଲାଏ

ତୁମ ନାମକୁ ଗାନ କରି

ମୁଁ ମୋର ସଂସାର ଚଲାଏ ।

ଦାରୁ ଦେବତା ରୂପେ ପୂଜାପାଅ

ତୁମେ ଏ ସଂସାରରେ

ଭାଇ ଭଉଣୀଙ୍କ ସହ ରୁହ

ତୁମେ ଅନ୍ଧାର ଗମ୍ଭୀରା ଭିତରେ ।

ସବୁ ଜାଣ ବୋଲି ଜଗତ

ବୋଲାଏ ତୁମକୁ ଅନ୍ତର୍ଯ୍ୟାମୀ

ସବୁବେଳେ ସାହା ହୋଇଅଛ ତୁମେ

ମୋତେ ହେବାରୁ ବିପଥଗାମୀ ।

ଆଶାର ପଶରାରେ ଥାଏ

କିଛି ବଞ୍ଚିବାର କ୍ଷୁଦ୍ର କ୍ଷମତା

ଏତେ ଅଭିମାନ କରି ପୁଣି କାଇଁ

ମୁଁ ଭାବେ ତୁମେ ହିଁ ମୋ ଭାଗ୍ୟ ବିଧାତା ।

ଜଗତର ନାଥ ତୁମେ

ପ୍ରଭୁ ହେ ଜଗନ୍ନାଥ

ତୁମ ନାମ କୀର୍ତ୍ତନ କରି

ହେଇ ଯାଉ ମୋ ଜୀବନ ପକ୍ଷୀ ମୁକ୍ତ ।

ଦୀପକ ଷଡଙ୍ଗୀ


Rate this content
Log in

Similar oriya poem from Inspirational