Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

5.0  

Bauribandhu Lenka

Inspirational

ମୋ ଆଖିର ଲୁହ

ମୋ ଆଖିର ଲୁହ

1 min
6.8K


(0)

ମୋ ଆଖିରେ ଲୁହ , ମୋ ମନର କୋହ

ଦେଖି ଯଦି ଭଲ ପାଉ

ବାକି ଏ ଜୀବନ କାନ୍ଦିବାରେ ଦୁଃଖ

ନାହିଁ ଆହେ ମହାବାହୁ |

(1)

କୁବୁଜାକୁ ରୂପ ଲାବଣ୍ୟ ଦେଇଛୁ

ସୁଦାମାକୁ କୋଟୀନିଧି

ମୋ ପାଇଁ କରୁଣା ହୋଇଲା କି ଊଣା

କହ ହେ କୃପା ବାରିଧି

ଧନ ଜନ ଲୋଡା ନାହିଁ ମୋର ପ୍ରଭୁ

କରୁଣା ମାତର ଥାଉ |

ମୋ ଆଖିର ଲୁହ ମୋ ମନର .....

(2)

କାହାକୁ ମାରିଛୁ କାହାକୁ ତାରିଛୁ

ଲଗାଇଛୁ କେତେ ଲୀଳା

କାହାକୁ ହସାଇ କାହାକୁ ଭସାଇ

କି ସୁଖ ପାଉଛୁ ଭଲା

କାନ୍ଦିବାରେ ଦୁଃଖ ନାହିଁରେ କାଳିଆ

ତୋ ସହିତ ଭାବ ଥାଉ |

ମୋ ଆଖିର ଲୁହ ମୋ ମନର.....

 *******


Rate this content
Log in

Similar oriya poem from Inspirational