Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Das

Tragedy

2  

Jayashree Das

Tragedy

ପାରାଟିଏ ସାଜି ବସିଛୁ

ପାରାଟିଏ ସାଜି ବସିଛୁ

1 min
6.7K


ଯୁଆଡେ ମୁଁ ଚାହେଁ

ଦିଶିଉଠେ ତୋ ମୁହଁ ...

ଛାତକୁ ଗଲେ ଦେଖାହେଉ ତୁ,

ଆକାଶକୁ ଚାହିଁଲେ ତୁ,

ପ୍ରାର୍ଥନା ବେଳେ ଥାଉ ତୁ

ଆଖିର ଲୁହରେ ବି ତୁ ,

ଖାଇ ବସିଲେ ମନେପଡୁ ତୁ,

କେଉଁଠି,

ଟିକିଏ ଠିଆ ହୋଇଗଲେ

ଝରକା ବାଟେ ଦେଖାଦେଉ ତୁ।

ତୋର ତ୍ୟାଗ ଓ ଆନ୍ତରିକତାରେ ବନ୍ଧା ମୁଁ ,

ସେଥିପାଇଁ ତ ତୋ ପାଖରେ 

ହାରିଯାଏ ମୁଁ ...

ତୁ ଏମିତି ପ୍ରେମିକଟିଏ, 

ତୁ ଗଲାପରେ,

କାଟୁଛି ଦିନ ଓ ରାତି

ତୋ ବିରହରେ,

ମୋ ପାଇଁ ସବୁ ଦୁଃଖ ସହିଲୁ.

ନୀରବରେ ରହିଲୁ,

ସେଥିପାଇଁ ତ 

ତୁ ମୋ ଜୀବନ ଧନ

ମୋ ମନପାରା !

ପାରାଟିଏ ସାଜି  ବସିଛୁ ମୌନ ହୋଇ, 

କେତେ କ'ଣ ଭାବୁଛୁ

କେତେବେଳେ ସହିପାରୁ ନାହିଁ 

ଖରାର ଦାଉ, 

ସେତେବେଳେ ମୋ ଛାଇରେ ବସିପଡୁ

ଭାବୁଥାଉ ମୋ କଥା ।

ଛୁଇଁବାକୁ ଗଲେ ଉଡିଯାଉ 

ମତେ ଚିଡ଼େଇ ଯେମିତି କହୁ,

ଛୁଇଁପାରିବୁ ମତେ

ସେତେବେଳେ ମତେ ମନେପଡ଼ିଯାଏ

ଆମେ ଦୁହେଁ ଖେଳୁଥିବା 

ଲୁଚକାଳି କଥା !

     ★★★★★★★★


Rate this content
Log in

Similar oriya poem from Tragedy