ନଜର ପାରେନି କହି
ନଜର ପାରେନି କହି
ଆମ ଏ ସଂସାର ଗଜବ ମନ୍ଦିର
ହୃଦୟ ପାଇବ କାହିଁ !
କିଏ ବା ନିଜର କିଏ ଅବା ପର
ନଜର ପାରେନି କହି ।
ବେଳେବେଳେ ପର ଏତେଯେ ନିଜର,
ଲାଗେ ଅତି ଆପଣାର ।
ରକତ ଚିହ୍ନେନା, ମନକୁ ବୁଝେନା
ମନ ବୁଝେ ସେଇ ପର ।
ନିଜ ନଜରରେ ସଭିଏଁ ନିଜର
ମମତା ମନ୍ଦିର ମୂର୍ତ୍ତି ।
ଲୁହ ପିଇ ପିଇ ଲହୁ ଦେଇ ଦେଇ
ରଚି ହୁଏ ନିଜ କୀର୍ତ୍ତି ।
ସେ କୀର୍ତ୍ତି ବି ଦିନେ ମାଟିରେ ମିଶଇ
ଘୃଣ୍ୟ ସଜାଏ ସମାଜ ।
କାହିଁକି ତା'ହେଲେ ଜୀବନ ଦେବାକୁ
ପର ପାଇଁ ସଜ ବାଜ ?
ରୁଧିର ଯାହାର ପର ଉପକାର
କୃତିର ସଙ୍ଗୀତ ଗାଏ ।
କେମିତି ବଞ୍ଚିବ ନ କରି ଅନ୍ୟର
ପାଇଁ ଉପକାର ସିଏ !