Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ସ୍ଵାର୍ଥୀ ଦୁନିଆ

ସ୍ଵାର୍ଥୀ ଦୁନିଆ

1 min
7.3K


ସ୍ଵାର୍ଥୀ ଦୁନିଆ

କିରଣବାଳା ଷଡଙ୍ଗୀ


ଏ ସ୍ଵାର୍ଥୀ ଦୁନିଆରେ କେହି ନୁହଁ କାହାର

ଧନ ଅଗଣାରେ ଧର୍ମ ହାରି ମାରେ ଜୁହାର ।

ଆତ୍ମ ବିକ୍ରି ହୁଏ, ଅନୀତି ଆଗରେ

କିଛି ଲାଭ ପାଇଁ ପୋଲିସ ବିକେ ବର୍ଦ୍ଦିକୁ ସର୍ବ ସମ୍ମୁଖରେ ।

ନ୍ୟାୟର ମନ୍ଦିରେ ଜଜ୍ ବିକ୍ରି ହୋଇଯାଏ

ଅନ୍ୟାୟ ପାପର ଜିତାପଟ ହୁଏ ପୂଣ୍ୟ ହାରିଯାଏ ।

ସ୍ଵାର୍ଥ ପାଇଁ ପାଗଳ ପ୍ରେମୀ ବିକିଦିଏ ପ୍ରେମକୁ

ଚାହେଁ ନାହିଁ ପରିବାର ସମ୍ବନ୍ଧ ମୁଖକୁ

ସାଧୁ ପାଲଟେ ରାକ୍ଷସ ବିକିଦେଇ ଧର୍ମକୁ

ଶିକ୍ଷକ ବିକିଦିଏ ଶିକ୍ଷାକୁ

ଯେ ଦେଶ ପ୍ରେମୀ ସହିଦ୍ ହୁଏ

ଉତ୍ସର୍ଗ କରି ଜୀବନକୁ ।

ସେ ଦେଶ ବିକନ୍ତି ନେତା ବାକି ରଖି ସ୍ବାର୍ଥକୁ ।

ଅଫିସର ବିକେ ଫାଇଲକୁ

ସତ୍ ସମ୍ମାନ କରେ ମିଥ୍ୟାକୁ ।

ରାଜନୀତି ପଶାପାଲେ ବନ୍ଦୀ ହୁଏ କୃଷକ

ଭୁଲିଯାଏ ଲୋଭର ଦୁନିଆରେ ଦୁଃଖ ଅନେକ

ଜନତା ବିକେ ଅଧିକାରକୁ

ଧାନ ପାଇଁ ଭୋଟଦିଏ

ସୁରକ୍ଷା ନାମେ କର୍ତ୍ତବ୍ୟକୁ ଭୁଲିଯାଏ ।

ଶାନ୍ତି ବଦଳେ ମାନବ ଚାହେଁ ଯୁଦ୍ଧକୁ ।

ରକ୍ତବି ବିକିଦିଏ ଈଶ୍ଵରକୁ ।


Rate this content
Log in

Similar oriya poem from Classics