ଜୀବ ହତ୍ୟା
ଜୀବ ହତ୍ୟା
ଲୋକ ଦେଖାଣିଆ ସମସ୍ତେ କୁହନ୍ତି
ଜୀବ ହତ୍ୟା ମହାପାପ
ମଙ୍ଗଳ ବୁଧ ଶୁକ୍ର ରବିବାର
ହେଉନି କି ଭାଇ ପାପ
ଛେଳି କୁକୁଡ଼ା ମାଛ କଙ୍କଡା
ଜୀବ ନୁହଁଇ କି ଭାଇ
ଜୀବ ହତ୍ୟା ପାପ କଥା ଭୁଲିଯାଇ
ଖାଇଦିଅ ମାରିଦେଇ
ଗାଈ ଗୋରୁ ଛେଳି ମେଣ୍ଢା ସବୁତ ଖାଇଲ
କ’ଣ ବା ଆଉ ଛାଡିଛ
ବିଲେଇ କୁକୁର ସାପ ବେଙ୍ଗ
ଏ ମାନଙ୍କୁ ଦୟା କରିଛ
ତୁମେ ନଖାଇବା ଜୀବ ମାନଙ୍କୁ
ଜୀବ ବୋଲି ତୁମେ କହୁଛ
ଠାକୁରାଣୀ ପାଖେ ଜୀବ ବଳି ଦେଇ
ଭକ୍ତିର ପ୍ରମାଣ ଦେଉଛ
ସବୁତକ ପାପ ମାଆଙ୍କୁ ଅର୍ପିଣ
ଖୁସିରେ ଖାଇଦେଉଛ
ଭଦ୍ର ଖୋଳକୁ ଦେହରେ ପକେଇ
କନ୍ୟା ଭ୍ରୁଣ ହତ୍ୟା କରୁଛ
ମିଛଟାରେ ଖାଲି ଜୀବ ହତ୍ୟା
ମହାପାପ ବୋଲି କହୁଛ
ମଣିଷ ଜନମ ପାଇଛ ବୋଲି
ମିଛଟାରେ ଗର୍ବ କରୁଛ
ପେଟରେ ପେଟେ ଅହଂକାର ରଖି
କୂଟ କଳ୍ପନାରେ ଚଳୁଛ
ଯେତେ ସମ୍ପତ୍ତି ପାଖେ ଥିଲେ ମଧ୍ୟ
ଅଶାନ୍ତିରେ ଦିନ କାଟୁଛ
ସୁଖୀ ଜୀବନକୁ ପଛରେ ପକେଇ
ଶେଷେ,,ଅଶାନ୍ତିରେ ମରିଯାଉଛ.....
। ନିରଞ୍ଜନ।