ମୁଁ କବି ନୁହେଁ
ମୁଁ କବି ନୁହେଁ
ମୁଁ କବି ନୁହେଁ
ଭାବନା ରାଇଜରୁ କ୍ଷୁଦ୍ର ବୁଦ୍ଧିରେ
ସାଉଁଟୁଛି କିଛି ଶବ୍ଦ
ପାଖାପାଖି ଖଞୁଖଞୁ
ପ୍ରସ୍ତୁତ ହୋଇଯାଉଛି
ବାଇଚଢେଇ ବସା ପରି
ଶବ୍ଦର ଘରଟିଏ
ନା ଟି ଯାହାର କବିତା ।
ଆସ ପରଖି ନିଅ
ଟିକିଏ ପାଖରୁ
ସାହିତ୍ୟ ତାଳଗଛରେ
ଝୁଲୁଚି ନା ନାହିଁ ମଜବୁତ ହୋଇ
ମୋର ଶବ୍ଦର ଘର
ତୁମ ପାଇଁ ସମସ୍ତଙ୍କ ପାଇଁ
ସେ ମୋହିନୀ କବିତା ।।।
ପଦ୍ମାଳୟା