Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational Others

5.0  

BISWESWAR MAJHI

Inspirational Others

ନୂଆଖାଇ ଭେଟଘାଟ

ନୂଆଖାଇ ଭେଟଘାଟ

1 min
6.8K


କୃଷିଟି ଆମର ପ୍ରଧାନ ଜୀବିକା ଉଡ୍ର ଉତ୍କଳ ଓଡିଶା

ମା'ର ଦୟାରୁ ଫସଲ ଫଳଇ ଚାଷୀର ଏହି ଭରଷା ।

ପଶ୍ଚିମ ଓଡିଶା ଶାନ୍ତ ସରଳ ଓଡିଶାର ଭାତ ହାଣ୍ଡି

ସମଲେଇ ମା’ ସମଲପୁରେ ମା’ ମାଣିକେଶ୍ୱରୀ କଳାହାଣ୍ଡି ।

ପାଟଣେଶ୍ୱରୀ ମା’ ବଲାଂଗୀର ଠାରେ ଆଶିଷ ଦିଅନ୍ତି ମିଶି

ଫସଲ ଫଳଇ କେରିକିରି ଧାନ ସୁନାର ଫସଲ ଦିଶି ।

ନୂତନ ହାଣ୍ଡିରେ ନୂଆ ଅନ୍ନ ରାନ୍ଧି ଲାଗି କରିବ ପସରା

ପ୍ରଥମ ଫସଲ ମାଙ୍କୁ ଅର୍ପଣ କରିବ ଭକତି ଭରା ।

ନୂଆଖାଇ ଭେଟଘାଟ ପାଇଁ ସର୍ବେ ବିଦେଶରୁ ବାହୁଡିବେ

ଜୁହାର କରିବେ ଗୁରୁଜନଙ୍କୁ ସେ ତାଙ୍କଠୁ ଆଶିଷ ନେବେ ।

ମାଦଲ ବାଜିବ ଗାଁରେ ହୋଇବ ସମଲପୁରିଆ ନାଚ

କୋଳାକୋଳି ହୋଇ ଏକାକାର ହେବେ ଭୁଲି ଜୀବନ ପ୍ରପଂଚ ।

ଜୁହାର ସଭ୍ୟତା ଲୋପ ପାଉଅଛି ଆଧୁନିକତାର ଧାପେ

ଦେଖାଶିଖା ଛାଡି ସଜାଡିବା ଆମେ ଆପଣା ସଂସ୍କୃତି ଆପେ ।

ଆମ ଓଡିଶାର ମହାନ ସଂସ୍କୃତି ନୂଆଖାଇ ଗଣ ପର୍ବ

ଆପଣା ସଂସ୍କାର ଆପଣା ସଂସ୍କୃତି ହେଉ ଆମ ପାଇଁ ଗର୍ବ ।


Rate this content
Log in

Similar oriya poem from Inspirational