Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

3  

Prasanna Kumar Madala

Inspirational

ମହିଳା ଦିବସର ଅନୁଚିନ୍ତା

ମହିଳା ଦିବସର ଅନୁଚିନ୍ତା

1 min
170




ମାଇପୀ ଜାତିର ଉତ୍ଥାନ ପାଇଁକି

ମୋଠାରୁ ଅଧିକ ଭାବିଛି କିଏ

ଏଇ ଦେଖ ତୁମେ ଆସିବା ଦିନଠୁ

କେଡେ ସରାଗରେ ରଖିଛି ପ୍ରିୟେ ।


ଯାହା ଶିଖିଥିଲ ବାପଘରେ ତୁମ

ଏଇଠି କାମରେ ଲାଗିଲା ନାହିଁ

ପ୍ରତିଟି କଥାରେ ବଲବଲ ହୋଇ

ମୋହରି ମୁହଁକୁ ରହିଲ ଚାହିଁ ।


ଥାଉ ବା ନଥାଉ ଆଖିରେ ନଦେଖି

ସରିଲା କହିଲେ ଜାଣି ନଜାଣି

ପକେଟ ଅଣ୍ଡାଳି ଦୋକାନକୁ ଧାଇଁ

ଉଧାର ହେଲେ ବି ଥୋଇଲି ଆଣି ।


କି ପାଠ ପଢିଛ ମାଷ୍ଟରକୁ ଜଣା

କେମିତି ଏଯାଏଁ ଉତ୍ତୀର୍ଣ୍ଣ ହେଲ

ପଚାରିଲେ କିଛି ମୁହଁ ମୋଡି କୁହ

ଏସବୁ ପାଇଁକି ଅଛି କି ବେଳ ।


ଛାତ୍ର ଜୀବନରେ ବହୁତ ଦେଖିଛି

ଶିକ୍ଷକ ଉଦାର ଝିଅଙ୍କୁ ବେଶି

ସାକ୍ଷାତକାରରେ ଚାକିରି ବି ଥୁଆ

ହସି ଦେଲେ ଟିକେ ଫାଇଲ୍ ପେଶି ।


ମୁଖପୁସ୍ତିକାରେ ଯାହା ହେଉ ପଛେ

ନାରୀ ଜଣେ ଯଦି ଦେଇଛି ଲେଖି

ଘଣ୍ଟାଏ ଭିତରେ ଲାଇକ୍ କମେଣ୍ଟ

ଉଛୁଳି ପଡଇ ପାରୁଛି ଦେଖି ।


ନେତ୍ରୀ ସାଜିଗଲେ ମହିଳା ପଛରେ

ଅନୁଗାମୀଙ୍କର ହିସାବ ନାହିଁ

ରାଧା ମାଆଙ୍କର ପଛରେ ବାବାଜୀ

ଗୋଡାନ୍ତି ନାଲିଆ ଅଧର ଚାହିଁ ।


ତଥାପି ଦେଖୁଛି ମହିଳା ପଛୁଆ

ବଦଳିବ କେବେ ଭାଗ୍ୟର ମୋଡ଼

ନାରୀ ନିର୍ଯ୍ୟାତନା ଭାବିଲା ବେଳକୁ

ନାରୀ ହିଁ ଟାଣଇ ନାରୀଙ୍କ ଗୋଡ଼ ।


ପ୍ରସନ୍ନ କୁମାର ମାଦଳା


Rate this content
Log in

Similar oriya poem from Inspirational