ସନେଟ -୪
ସନେଟ -୪
ସଜନୀ ସ୍ମରଣେ
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ସଦନ ତେଜି ପ୍ରବାସେ ରହିଛି ଯେ ଦିନୁଁ
ସଜନୀକୁ ବିନ୍ଧୁଥିବ ବିଶିଖ ଅତନୁ ।।
ସଖୀ ଥିବ ମୁଖମାଡି ରସାରେ ପହୁଡ଼ି
ସହୁଥିବ ଆଜନମ ସୁଖୀ ସ୍ମର ଧାଡ଼ି ।।
ସୌଦାମିନୀ ଝଳି ଦେଖି ତନୁ କମ୍ପୁଥିବ
ସୁଶୀତଳ ସମୀରଣ ତପ୍ତ ଲାଗୁଥିବ ।।
ସୁଝୀନ ବାସ ଅଙ୍ଗକୁ ଭାରି ହୋଇଥିବ
ସୁନ୍ଦରୀ ସାରସ ନେତ୍ରୁ ନୀର ଝରୁଥିବ ।।
ସୁସ୍ଥ ତନୁ ସଦାପୁଷ୍ପ ସମ ହୋଇଥିବ
ସଦା ପ୍ରଣୟ-ସତୀକ ପ୍ରିୟା ଲୋଡୁଥିବ ।।
" ସଂକୁଟନ ଆସୁନାହିଁ କିପାଁ କହ ମୋତେ "
ସୁକାନ୍ତି ପଚାରୁଥିବ ସଖୀଙ୍କି ନିରତେ ।।
ସର୍ବଦା ଚଢ଼ାଇ ପାଦେ ଚମ୍ପକ ସୁମନ
ସୁଷାଢ଼ଙ୍କୁ ବୋଲୁଥିବ " ଫେଡ଼ ମୋ କଷଣ " ।।
ସମାପ୍ତ