Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

କେନ୍ଦ୍ରବିନ୍ଦୁ ଓ ପରିଧି

କେନ୍ଦ୍ରବିନ୍ଦୁ ଓ ପରିଧି

1 min
7.2K


ଶ୍ରୀମତୀ ଯୋସ୍ନାରାଣୀ ସାହୁ


ମୁଁ ଘୂର୍ଣ୍ଣାୟମାନ ମୋର ପରିଧିରେ

ଆଦର୍ଶର କେନ୍ଦ୍ରବିନ୍ଦୁ ଲକ୍ଷ୍ୟ ଅଟେ ମୋର

ନାହିଁ ଏଠି ତିଳେ ହେଲେ ଛଳନା

ପ୍ରବଞ୍ଚନା,ମୋ ବିବେକ ମାପକାଠି ମୋର କର୍ମର l

ଆବର୍ତ୍ତନ ଚାଲିଛି ଦିନରାତି

ନାହିଁ ଟିକେ ହେଲେ ପରିବର୍ତ୍ତନ,

ଧୂମକେତୁ ମଧ୍ୟେ ମଧ୍ୟେ ରୋକିଦିଏ ପଥ

ତଥାପି ମୁଁ ପରିଧିରେ ଘୂର୍ଣ୍ଣାୟମାନ l

ଆସର ମନ୍ଦିରଟିଏ ଗଢ଼ି ତୋଳିଥିଲେ

ବସ୍ତାବର କୁଡ଼ିଆଟି ହୁଏ ପ୍ରତିଭାତ,

କର୍ତ୍ତବ୍ୟର ପାଷାଣରେ ଘୋରି ହୋଇଗଲେ

ଦୃଶ୍ୟ ହୁଏ ତହିଁ କିଛି ସ୍ଵର୍ଣ୍ଣ କନିକା ତ l

ଆଦର୍ଶର ବାରୁଦରେ ତିଳ ତିଳ ଜଳି

ହୁଏ ଅଳ୍ପ କ୍ଷଣ ପାଇଁ ଉଦ୍ ଭାସିତ,

ନିମ୍ନଗା ସରିତ ସମ ହୋଇ ପ୍ରବାହିତ

ପାଏ ସାଗରର ବୁନ୍ଦେ ଜଳ ଲବଣାକ୍ତ l

ଦୁଃଖର ବାରିଧି ଏଠି ସୁଖ ଶଙ୍ଖେ ପାଣି

କାମନାର ଆର୍ତ୍ତନାଦ ସବୁରି ମୁଖରୁ,

ତ୍ୟାଗ ସ୍ନେହ ଦୟା, କ୍ଷମା, ପାରିଜାତ ପୁଷ୍ପ

ପାରିବ କେ ଆଣି ତାହା ସୁଦୂର ସ୍ଵର୍ଗରୁ l

ମୃଗତୃଷ୍ଣା ସମ ଏହି ଦୁନିଆ ବୁକୁରେ

ମଣିଷ ଧାଉଁଛି ଏଠି ଜଳବୁନ୍ଦେ ପାଇଁ

କିଏ ଏଠି ଆଶାବାଡ଼ି ଦିଏ କାହାପାଇଁ

ପର ଦୁଃଖେ କାହାର ବି ଆହା ଶୁଭେ ନାହିଁ l

ତଥାପି ମୁଁ ଘୂରୁଅଛି ମୋହରି କେନ୍ଦ୍ରରେ

ମୋର ଆଦର୍ଶ ଆଉ ମୋର ସ୍ନେହରେ,

ଯେତେଦିନ ଥିବି ମର୍ତ୍ତେ ଏହି ଆବର୍ତ୍ତନ

ଚାଲିଥିବ କକ୍ଷପଥେ ନିଜର ବେଗରେ l

ବିଭୁ ପାଦ ହେଉ ମୋର ନିଜ କର୍ମବିନ୍ଦୁ

ଗତିପଥ ହେଉ ସଦା ଶୁଭ ସୁମଙ୍ଗଳ,

ପରିଧି ମୋ ହୋଇଉଠୁ ପୁଷ୍ପମୟ ପଥ

ସୁଖମୟ ହେଉ ଜୀବ ସକଳ ବିଶ୍ଵର l


Rate this content
Log in

Similar oriya poem from Inspirational