STORYMIRROR

Renuka Samal

Tragedy

2  

Renuka Samal

Tragedy

ଉଜୁଡା ସଂସାର

ଉଜୁଡା ସଂସାର

1 min
122

ମହଣ ମହଣ ଦୁଃଖ ରେ ଭାରାକ୍ରାନ୍ତ ଆଜି ହଳଦୀ ବସନ୍ତର ଅଗଣା।

ହଳଦି ମଖା ଦେହଟି ତାର ଶୁଖି କଳା କାଠ।

କାଠି କୁଟାରେ ସ୍ନେହ ସରାଗର ପରଶ ଦେଇ ଯତନରେ ଗଢିଥିବା ଘରଟି ଆଜି,ମାଙ୍କଡ ମନରେ ଇଞ୍ଚେବି ଦୟା ଆଣୁନି । ସବୁଦିନ ସକାଳ ହେଲେ ବସନ୍ତଟା ମୁଁହ ମାରୁଛି, ନିଇତି ଭାଙ୍ଗିପଡୁଥିବା ତାର ଥୁଣ୍ଟା ଅଗଣାରେ। ଖୁଜୁବୁଜୁ କରୁଛି ମାତୃତ୍ୱରେ ତରଳି ବୋହି ପଡ଼ୁଥିବା ମନଟା।ଢଳଢଳ କଜ୍ଜଳ ମଖା ଆଖିରେ ମାଙ୍କଡକୁ ଚାହିଁ ଆଞ୍ଜୁଳାଏ ସପନ ମାଗେ ସେ। କିନ୍ତୁ ହାଏ! ଲୋଲୁପତାରେ ମାଙ୍କଡର କୃରପଣଟା ଭାରିପଡେ। ତାଳୁରୁ ତଳିପା ଯାଏ ସପନଗୁଡା ଏଣେତେଣେ ବିଞ୍ଚି ହୋଇ ପଡେ।କଣ କରିବ ସେ ? ସବୁରି ଦୁଆର ବନ୍ଦ ତା ପାଇଁ। ଅନେକ ଙ୍କ ଘରେ ଏବେ ପୂର୍ଣ୍ଣିମା ଜହ୍ନର ରୋଷଣୀ ଆଉ ଚୁନା ଚୁନା ତାରା ଫୁଲର ମହକରେ ଭରା।କିନ୍ତୁ କେବେ ???

କେବେ ଗଢିବ ସେ ତାର ସପନର ସ୍ୱର୍ଣ୍ଣ ମହଲ।ମନ ପ୍ରାଣଢାଳି ସଜାଇବ ତା ନୂଆ ଦୁନିଆକୁ । ପୂର୍ଣ୍ଣ କରିବ ତା ମାତୃତ୍ୱ ମହୁଆ ଆକର୍ଷଣକୁ।ବେଳେ ବେଳେ ନିଜ ଅପାରଗ ପଣ ପାଇଁ ନିଜ ଉପରେ ଭାରି ରାଗ ହୁଏ,ନିଜକୁ ଏକ କ୍ଷୁଦ୍ର ପକ୍ଷୀଟିଏ ଭାବି। ହେଲେ ସେ ତ ନାଚାର। କଣ ବା କରି ପାରିବ ସେ ?ଖାଲି ଯାହା ଛଟପଟ ହୁଏ ମନଟା । ଗଛର ପତ୍ରରେ ବସନ୍ତର ମାଦକତା ଅସ୍ତବ୍ୟସ୍ତ କରି ବତୁରାଇ ଦିଏ ତା ମନକୁ।ଯିଏ କି ଆଜି ତା ଉଜୁଡା ସଂସାର ର କୁରୁକ୍ଷେତ୍ରରେ ସେ ସାଜି ପାରେନା ଅର୍ଜ୍ଜୁନ।


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy