STORYMIRROR

Energetic and Motivated Classes Omm

Abstract

3  

Energetic and Motivated Classes Omm

Abstract

ତେଲିଆ ମୁଣ୍ଡରେ ତେଲ

ତେଲିଆ ମୁଣ୍ଡରେ ତେଲ

1 min
232


ଅନେକ ଦିନର କଥା ଗାଁରେ ନରେଶ ବାବୁ ବୋଲି ଜଣା ଶୁଣା ବ୍ୟକ୍ତି ସେଇଠି ବସବାସ କରି ରହନ୍ତି ତାଙ୍କର କେବଳ ଗୋଟିଏ ବୋଲି ଝିଅ ସୀତା ସ୍ତ୍ରୀ ନାହିଁକି ପୁଅ ନାହିଁ ସେ ଜଣେ ଗରିବ ମୁଲିଆ ଲୋକ ମଜୁରୀଟିଏ ଆଣିଲେ ବାପ ଝିଅ ଦୁଇ ଜଣ ଯାକ ଚଳନ୍ତି । ଏମିତି ଚଳୁ ଚଳୁ ଝିଅଟି ବହୁତ ବଡ଼ହେଲା ସେ ଝିଅଟି ଭଲ ପାଠ ପଢ଼ିବା ଏକ ଦମ ମାହିର । ସେ ଜଣେ ମେଧାବୀ ଛାତ୍ରୀ ମଧ୍ୟ ଦଶମ ପରୀକ୍ଷାରେ ଭଲ ନମ୍ବର ରଖି ପାଖ କଲେଜରେ ବିଜ୍ଞାନ ବିଷୟରେ ପଡିବା ପାଇଁ ନାମ ଲେଖିବା ପାଇଁ ସ୍ଥିର କଲେ । ହେଲେ ସେ ଗରିବ ଲୋକଟି ନାମ ଲେଖା ପାଇଁ ପଇସା ଯୋଗାଡ଼ କରିପାରିଲା ନାହିଁ ଝିଅର ପଢ଼ିବା ପାଇଁ ବହୁତ ଇଛା ଶକ୍ତି ଥିଲେ ମଧ୍ୟ ଅର୍ଥ ବାଧକ ସାଜିବା ହେତୁ ସେ ଉଚ୍ଚ ଶିକ୍ଷା କରିପାରିଲା ନାହିଁ । ସେ ଝିଅଟି ବହୁତ ମନେ ମନେ ଦୁଃଖ କରି କାନ୍ଦୁଥାଏ ତା' କାନ୍ଦ ଏଠି ଶୁଣୁଛି ବା କିଏ । ତାର ଆଉ ଜଣେ ସାଙ୍ଗ ସୀମା ବୋଲି ଦୁଇ ଜଣ ଯାକ ଏକାଠି ଖେଳ ଖେଳନ୍ତି ବୁଲନ୍ତି ପାଠ ବି ପଢ଼ନ୍ତି ସୀମା ତା' ଠାରୁ ବହୁତ କମ ନମ୍ବର ରଖି କଲେଜରେ ବିଜ୍ଞାନ ବିଭାଗରେ ପାଠ ପଢିଲା ବହୁତ ପଢି ସାରିବା ପରେ ସେ ଜଣେ ବହୁତ ବଡ଼ ଡାକ୍ତର ହେଇକି ଗାଁକୁ ଆସିଲା । ତା ବାପଙ୍କର ପଇସା ଥିଲା ବୋଲି ସେ ଆଜି ଏତେ ବଡ଼ ହେଇ ପାରିଲା କଥାରେ ଅଛି ପରା "ତେଲିଆ ମୁଣ୍ଡରେ ତେଲ " ଭଗବାନ ଯାହାକୁ ଦିଅନ୍ତି ବହୁତ କିଛି ଦିଅନ୍ତି କିନ୍ତୁ ଯାହାଙ୍କୁ ଦିଅନ୍ତି ନାହିଁ ସେ ସେମିତି ଗରିବ ହୋଇ ରହିଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Energetic and Motivated Classes Omm

Similar oriya story from Abstract