Upadu Chandrasekhar

Inspirational

3  

Upadu Chandrasekhar

Inspirational

ତାତେୟା ସାର୍

ତାତେୟା ସାର୍

1 min
40


ସମ୍ବୋଧନର କେଉଁ ପଦ ବୋହି ଆଣି ଆପଣଙ୍କ ନାମଧ୍ୟେୟ ପୂର୍ବରୁ ଯୋଡିନେବ, ମୋ କଲମ ମୁନକୁ ସଦା ସର୍ବଦା ବିଚଳିତ କରୁଥାଇ ଏକ ଅନାମିକା ଦ୍ୱନ୍ଦ୍ୱ । ଆପଣଙ୍କ ନିଷ୍ଠା, ଦାମ୍ଭିକତା, ସରଳ, ସହାନୁଭୂତି ତଥା ଓଠର ସେ ଖିଲି ଖିଲି ମନ୍ଦ ହାସ୍ୟ ସହସ୍ର ଅଧମଙ୍କୁ ମଣିଷ କରାଇ ସମାଜର ସକଳ ସମସ୍ୟାର ସମାଧାନ ରୂପକ ମାଇଲ୍ ଖୁଣ୍ଟ କରି ଦଣ୍ଡାୟମାନ କରିଛି । 

ବିଦ୍ୟା ପ୍ରତି ବିରକ୍ତି ଓ ଅନାସକ୍ତି ମସ୍ତିଷ୍କକୁ ଆପଣଙ୍କ ପ୍ରେରଣା ସାଜିବା ଅମରତ୍ୟ ଶିକ୍ଷା ଜଗତର ଏକ ଭିନ୍ନ ଦୃଷ୍ଟାନ୍ତ । କାଳ ଚକ୍ରର ସକଳ ପରିସ୍ଥିତ ଆପଣଙ୍କୁ ପହଞ୍ଚାଇଛି ଅଭାବ ଅନଟନ ଶିକ୍ଷାର ଦରଦ କୁଟୀରକୁ, ଆଦିରୁ ଅଧୁନା ଯାଏଁ ଆପଣଙ୍କ ଜୀବନକୁ ଜୀବନମୂର୍ଚ୍ଛା ଅର୍ପିତ ପୂର୍ବକ ଆପଣ ଅଭାବୀ ଶିକ୍ଷାର୍ଥୀଙ୍କ ଅଗାଣରେ, କୂପମଣ୍ଡୁକ ଜାତିରେ ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରଚାର ପ୍ରସାର ଓ ପ୍ରୟୋଗ ପ୍ରସଙ୍ଗ ଯେବେ ଉଙ୍କି ମାରେ ତାହା ଆପଣଙ୍କ ନାମ ନ ନେଇ ଉପସଂହାରେ ପହଞ୍ଚେ ନାହିଁ । 

ଆପଣଙ୍କ ପୂର୍ଣ୍ଣାଙ୍ଗ ଶିକ୍ଷା ଆବେଗର ପରିପୂର୍ଣ୍ଣତା ରୂପ ନିଏ ଜି.ସି.ସି, ଯେଉଁ ଗ୍ରାମରେ ଶିକ୍ଷା ଓ ସଂସ୍କାରର ନାମ ରୂପ ନଥିଲା ସେଠି ଆପଣଙ୍କ ପ୍ରାଣମୂର୍ଛା ପ୍ରୟାସ ସଞ୍ଚୟ କରି ରଖି ପାରିଥିଲା ଶିକ୍ଷା ପିଣ୍ଡ ସକାଶେ ପରିବ୍ୟପ୍ତ ସ୍ଥଳ, ଯେଉଁ ଠାରେ ଆପଣ ନବ ନିର୍ମିତ ଶିକ୍ଷା ବିହନ ବୁଣି ଅଧମ ଚିତ୍ତରୁ ମେଧାରେ ରୁପାନ୍ତର ଅଙ୍କୁରୋଦଗମ ତଥା ଦେଶକୁ ଯୋଗ୍ୟ ଉପାଦନ ଯୋଗାଇବାରେ ଆପଣ ଶତ ଚେଷ୍ଟି । ସହସ୍ରଙ୍କୁ ହାତ ଧରି ଲକ୍ଷ୍ୟ ଶିଖରରେ ପହଞ୍ଚେଇବା ଆପଣଙ୍କ ତମାମ୍ ଜୀବନ ଧ୍ୟେୟ ସାଜିଛି । 

ଆଜି ମଧ୍ୟ ଅହରହ ସେହି ପେଶା ନିଶା ହୋଇ ଦିବା ନିଶି ନିଜକୁ ସମର୍ପିତ କରିବାର ଏକ ମାନସିକତା ଆପଣଙ୍କ ପାଇଁ ଏକ ଦେବ ବର ଅଟେ ।

କ୍ଷମା କରିବେ ଆପଣଙ୍କ ଗୁଣ ଗାନରେ ମୋ ମସ୍ତକର ପଦ ସମୂହ ବିରଳ ଓ କଲମ ମଧ୍ୟ ପ୍ରଥମ ଲେଖାରେ ଥରହର ହେବାରେ ଲାଗିଲାଣି, ଆପଣ ଏହି ମାଟିର ଚିର ବନ୍ଦନୀୟ ତଥା ସ୍ମରଣୀୟ ଗୁରୁଦେବ ।

ଇତି ଆପଣଙ୍କ

ଶରଣାପନ୍ନ ଛାତ୍ର କବି.ୟୁ.ଚନ୍ଦ୍ରଶେଖର

(ସାନ ଆର୍ଯ୍ୟପଲ୍ଲୀ,ଗଞ୍ଜାମ)



Rate this content
Log in

Similar oriya story from Inspirational