STORYMIRROR

Trilochan Sahoo

Thriller

3  

Trilochan Sahoo

Thriller

ସୁନ୍ଦରତା

ସୁନ୍ଦରତା

1 min
14.7K


ସୁନ୍ଦରତା

ତ୍ରିଲୋଚନ ସାହୁ

          ''ମୁଁ କ'ଣ ସତରେ ଅସୁନ୍ଦର ?''

          ''ସୁନ୍ଦରତା ମନରେ ଥାଏ ନା ମୁହଁରେ ?''

          ଘଟଣାଟା ଥିଲା ଏମିତି - ମୁଁ କାଲି ଭୁବନଶ୍ଵରରୁ ବସରେ ଫେରୁଥିଲାବେଳେ ମୋ ପାଖ ସିଟରେ ଜଣେ ମଧ୍ୟବୟସ୍କ ମହିଳା ଆସି ବସିଲେ । ଆଖିରେ ଦୁଇଧାର ଲୁହ ସାଙ୍ଗକୁ ତାଙ୍କ ମୁହଁର ଗାମ୍ଭୀର୍ଯ୍ୟରୁ ମୁଁ ଜାଣିପାରିଲି ସେ ଏକ ସମସ୍ୟାରେ ପଡ଼ିଯାଇଥିବେ ବୋଧେ । ମୁଁ ପୂର୍ବଭଳି ଚୁପ ହୋଇ ବସିଥାଏ । କିଛି ସମୟ ପରେ ସେ ନିଜ ପରିଚୟ ଦେଇ କଥା ହେଲେ । ଆଉ ଏମିତି କଥା ହଉହଉ ମୁଁ ଜାଣିବାକୁ ପାଇଲି ସେ ବହୁତ ଭଦ୍ର ଆଉ ନମ୍ର ମଧ୍ୟ । ତାଙ୍କ କଥାରେ କେତେ ଯେ ଶାଳୀନତା ଥିଲା ତାହା ଶବ୍ଦରେ ପ୍ରକାଶ କରିହେବ ନାହିଁ । ଆଉ ସ୍ଵଭାବରେ ପୂରା ନିରୀହ ଲାଗୁଥିଲେ । ହେଲେ ମୁଁ ପଚାରିଲି, ''ଆପଣ ଆସୁଥିଲାବେଳେ କାନ୍ଦୁଥିଲେ କାହିଁକି ?'' ସେ ମୋତେ ପଚାରିଲେ, ''ମୁଁ କ'ଣ ଅସୁନ୍ଦର ?'' ମୁଁ କହିଲି, ''ନା ତ, କିଏ କହିଲା ଆପଣଙ୍କୁ ଯେ ଆପଣ ଅସୁନ୍ଦର ବୋଲି ? ତା'ଛଡ଼ା ସୁନ୍ଦରତା କ'ଣ ମୁହଁରେ ଥାଏ ? ଏହା ତ ଅନ୍ୟର ଭାବନା ଆଉ ବ୍ୟବହାରରୁ ଜଣାପଡ଼େ ଯେ ସେ କେତେ ସୁନ୍ଦର ବୋଲି ।'' ଆଉ ତା'ପରେ ସେ ମହିଳା ଜଣଙ୍କ କହିଲେ, ''ମୋ ସ୍ଵାମୀ ମୋତେ ଅସୁନ୍ଦର ବୋଲି କହି ଘରୁ ବାହାର କରିଦେଇଛନ୍ତି, ଯିଏକି ଦିନେ ମୋର ଏହି ସୁନ୍ଦରତା ପାଇଁ ମୋତେ ବିବାହ କରିବେ ବୋଲି ୩୯ ବର୍ଷ ଯାଏଁ ଅପେକ୍ଷା କରିଥିଲେ ।'' ଏକଥା ସେଇ ମହିଳାଙ୍କ ମୁହଁରୁ ଶୁଣିଲାପରେ ମୁଁ କିଛି ସମୟ ପାଇଁ ନିରବ ଆଉ ନିସ୍ତବ୍ଧ ହୋଇଗଲି ଆଉ ମନେମନେ ଚିନ୍ତା କରୁଥିଲି, ସତରେ ଏ ପୁରୁଷ-ସମାଜଟା କେତେ ସ୍ଵାର୍ଥପର ! ଆଉ ଆପଣମାନେ କୁହନ୍ତୁ, ସୁନ୍ଦରତା କ'ଣ ମୁହଁରେ ଥାଏ ନା ମନରେ ??

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Thriller