The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Suvasmita Panda

Drama Classics Thriller

4.0  

Suvasmita Panda

Drama Classics Thriller

ସତ ନା ମିଛ?

ସତ ନା ମିଛ?

3 mins
12.6K


ଗାଁ ର ନାମ ଗମ୍ଭିରପଦର। ସୁଧୀର ତା ଗାଁ ଠାରୁ ୧୪ କି.ମି ଦୂରରେ ମଥୁରା ନାମକ ବ୍ଲକ୍ ରେ ଏକ ଅଫିସରେ ଚାକିରି କରୁଥାଏ।ଦିନ ହେଉ ବା ରାତି ତାର କାମ କୁ ତାର ହେଳା ନ ଥାଏ। ନିଜ କର୍ମ କୁ ସେ ଭଗବାନ ମଣି ଥାଏ। ତାର ଚରିତ୍ର ମଧ୍ୟ ସେ ପରି ଭଲ,କାହା ଦୁଃଖ ଦେଖିଲେ ସହି ପାରେନି ସେ ଜମା। ଗାଁ ଯାକ ରେ ସମସ୍ତେ ତାକୁ ବହୁତ ଭଲ ପାଆନ୍ତି। ଦୁଇ ପଇସା କୁ କେବେ ଲୋଭ ନ କରି ସେ ଦରକାର ବେଳେ ସମସ୍ତଙ୍କ ସାହାଯ୍ୟ କରିଥାଏ।ଘରେ ତାର ବାପା,ମା ଆଉ ଭଉଣୀ ଦୁଇ ଜଣ। ବାପାଙ୍କ ଚାକିରି ସରିବା ପରେ ସେ ହିଁ ଘର କଥା ସବୁ ବୁଝେ। ଭଉଣୀ ଦୁଇ ଜଣଙ୍କୁ ପାଠ ପଢେଇବା ପାଇଁ ଦିନ ରାତି ପରିଶ୍ରମ କରେ। କର୍ମକୁ ବିଶ୍ୱାସ ତାର କିନ୍ତୁ ଭଗବାନଙ୍କୁ ନୁହଁ। ସେ ନିଜକୁ ନାସ୍ତିକ କୁହେ। ଗାଁ ରେ ପୂଜା ପାଇଁ ପଇସା ଦେଲେ ବି କେବେ ମନ୍ଦିର ଯାଏନି କି ପୂଜା କରେନି। ଯିଏ ଯେତେ ବୁଝେଇଲେ ବି ସେ ବିଶ୍ୱାସ କରେନି।


  ଦିନକର କଥା। ଅମାବାସ୍ୟା ରାତି। ଚନ୍ଦ୍ର ଯେମିତି ଆଜି ନିଜକୁ ମୁକ୍ତ କରିଛି ତାର ନିତିଦିନ କାମ ରୁ। ସୁଧୀର ସେ ଦିନ ଫେରିବାକୁ ଡେରି ହୋଇ ଯାଇଥାଏ । ପାଖାପାଖି ୧୧.୩୦ ବେଳେ ସେ ଅଫିସ ସାରି ନିଜ ଗାଡ଼ି ଧରି ଗାଁ କୁ ଫେରୁଥାଏ। ୩-୪ କି.ମି ଆସିବା ପରେ ସେ ଦେଖିଲା ଜଣେ ସ୍ତ୍ରୀଲୋକ ଗୋଟେ ଗଛ ତଳେ କାନ୍ଦୁ ଥିବାର। ତାର ମନ ତ ଫୁଲ ପରି, କାହା ଦୁଃଖ ସେ ସହି ପାରେନି। ନିଜେ ଗାଡ଼ି ରୁ ଓହ୍ଲାଇ ସେଇ ସ୍ତ୍ରୀଲୋକ ପାଖକୁ ଯାଇ ପଚାରିଲା - କିଛି ସାହାଯ୍ୟ ଦରକାର କି?

ସ୍ତ୍ରୀଲୋକ ( କିଛି ଉତ୍ତର ନ ଦେଇ ନିଜେ ନିଜର କାନ୍ଦୁ ଥାଏ)।

ସୁଧୀର - କିଛି ଅସୁବିଧା ହେଇଚି କି?

ସ୍ତ୍ରୀଲୋକ - ମୁଁ ସୁଧୀର ବାବୁ ଙ୍କୁ ଖୋଜୁଥିଲି! 

ସୁଧୀର - କୋଉ ସୁଧୀର?

ସ୍ତ୍ରୀଲୋକ - ସୁଧୀର ବାବୁ ଆମ ଗାଁ ଗମ୍ଭିରପଦର ର । ମୋ ପୁଅ ଦେହ ବହୁତ୍ ଖରାପ୍। ବହୁତ୍ ଲୋକଙ୍କୁ କାକୁତି ମିନତି ହେଲି କେହି ବି ଦୁଇ ପଇସା ଦେଲେନି।ଶେଷରେ ତାଙ୍କୁ ଖୋଜି ଖୋଜି ତାଙ୍କ ଅଫିସ ଯାଏଁ ଯାଉଛି। ସମସ୍ତେ ତାଙ୍କୁ ଠାକୁର ବୋଲି ଭାବନ୍ତି, ତାଙ୍କ ପାଖକୁ ଯାଉଛି ନେହୁରା ହୋଇ ପଇସା ମାଗିବା ପାଇଁ।

ସୁଧୀର - ମୁଁ ହିଁ ସୁଧୀର। ମୁଁ ମଣିଷ ,ମୁଁ ଭଗବାନ ନୁହେଁ। କେତେ ଟଙ୍କା ଦରକାର?

ସ୍ତ୍ରୀଲୋକ - ୧୫,୦୦୦ ଟଙ୍କା ଦରକାର, ସେଇ ଗାଁ ମେଡିକାଲ୍ ରେ ଦେବାକୁ ହେବ।

ସୁଧୀର - ଠିକ୍ ଅଛି। ତମେ ମେଡିକାଲ୍ କୁ ଚାଲ ମୁଁ ସେଠି ନିଜେ ପଇସା ଦେଇ ଆସିବି।

ସ୍ତ୍ରୀଲୋକ - ଆପଣ ଚାଲନ୍ତୁ, ମୁଁ ଯାଉଛି।

ସୁଧୀର - ମୋର ଗାଡ଼ି ଅଛି, ସେଥିରେ ପଳେଇବା।

ସ୍ତ୍ରୀଲୋକ - ନା,ନା ଆପଣ ଚାଲନ୍ତୁ ,ମୁଁ ଆସୁଛି।

ସୁଧୀର ଗାଡ଼ି ଧରି ମେଡିକାଲ୍ ଆଡ଼କୁ ଗଲେ । ମେଡିକାଲ୍ ରେ ପହଞ୍ଚିଲା ବେଳକୁ ୧୨.୦୦ ରାତି। ସେ ଡାକ୍ତର ଙ୍କୁ ଦେଖାକଲେ ଏବଂ ପଇସା ଦେଇ ଚିକିତ୍ସା କରିବାକୁ କହିଲେ। 

ଠିକ୍ ସେହି ସମୟରେ -

 ନର୍ସ - ସାର୍ ( ଡାକ୍ତର ବାବୁ ଙ୍କୁ) ସେଇ ଛୁଆଙ୍କ ମା ର ଶବ କୁ କଣ କରିବା?

 ଡାକ୍ତର - ଗାଁ ବାଲା କି ସାହି ପଡିଶା ଡାକି ଶବ ନେଇକି ଯିବା ପାଇଁ କହିବା।

 ସୁଧୀର ( ଆଶ୍ଚର୍ଯ୍ୟ ରେ) - କୋଉ ଗାଁ ର?

ଡାକ୍ତର - ଆପଣ କୋଉ ଛୁଆ ପାଇଁ ପଇସା ଦେଇ ଚିକିତ୍ସା କରିବା ପାଇଁ କହିଲେ ତାର ମାଁ। ପୁଅକୁ ନେଇ ଆସିବା ବେଳେ ତାର ଗାଡ଼ି ଦୁର୍ଘଟଣା ହେଇଗଲା। ନିଜେ ସେଇ ରକ୍ତ ଜୁଡୁବୁଡୁ ହୋଇ ଏଠି କୁ ପହଞ୍ଚି ନିଜ ପୁଅ ର ଚିକିତ୍ସା ପାଇଁ ନେହୁରା ହେଲା। ୩ ଘଣ୍ଟା ହେଇଯିବ ଏଇଠି ଶବ ପଡ଼ିଛି। କେହି ଆସି ନାହାନ୍ତି ନେବା ପାଇଁ କି ଦେଖିବା ପାଇଁ।

ସୁଧୀର - ଅବାକ୍ । ତାଙ୍କ ମୁଣ୍ଡ ଯେମିତି ଘୁରେଇ ଗଲା। ପ୍ରଶ୍ନ ତ ବହୁତ୍ ଅଛି ତାଙ୍କ ମନ ରେ କିନ୍ତୁ ଉତ୍ତର ଦେବ କିଏ? ସେଇ ୧୦ ମିନିଟ୍ ର ସେଇ ସ୍ତ୍ରୀଲୋକ ସହ କଥା କୁ ସେ ଭୁଲି ପାରୁନଥାନ୍ତି। ମନ ରେ ବହୁତ୍ ପ୍ରଶ୍ନ ଉଙ୍କି ମାରି ଥାଏ।କିନ୍ତୁ ଉତ୍ତର ଦେବା ପାଇଁ କେହି ନଥାନ୍ତି। ଲାଗୁଥାଏ ଯେମିତି ନିଜର ଅସ୍ତିତ୍ଵ ସେ ହରେଇ ବସିଥାନ୍ତି।ବିଶ୍ୱାସ କରିବେ ତ କାହା ଉପରେ?


Rate this content
Log in

More oriya story from Suvasmita Panda

Similar oriya story from Drama