ସସ୍ମିତା ଦେବୀ (ଭାଗ -୧)
ସସ୍ମିତା ଦେବୀ (ଭାଗ -୧)
(କୁହାଯାଏ ଯେ ନାରୀ ପୁରୁଷର ଜୀବନକୁ ପରିବର୍ତ୍ତନ କରିଦିଏ , ଅନ୍ଧକାର ରୁ ଆଲୋକ କୁ ନିଏ । ଦୁଃଖ ଜୀବନ କୁ ସୁଖ କରିଦିଏ , କଣ୍ଟା ପଥରୁ ଫୁଲ ପଥକୁ ନିଏ ।ମୋ ଜୀବନରେ ହୋଇଥିବା ସତ୍ୟ ଘଟଣା । ଏହି ଘଟଣା ଅତୀତ ନୁହଁ ବର୍ତ୍ତମାନ ମଧ୍ୟ ଜାରି ରହିଛି ଆଗକୁ କଣ କଣ ହେବ ସବୁ ଏଠି ଲେଖିବି ) ସେହି ଘଟଣାକୁ ବର୍ଣ୍ଣନା କଲି - ସେମିତି ଘରେ ଥିଲି । ବାପା କହିଲେ ଚାଳ ତତେ କମ୍ପୁଟର ସେଣ୍ଟର ରେ ନାମ ଲେଖାଇ ଦେବି ବେକାର ଅଛୁ କିଛି ଶିଖିବୁ ! ବାପା ସାଙ୍ଗେ କେସିଙ୍ଗା ଗଲି । କମ୍ପୁଟର ସେଣ୍ଟରରେ ନାମ ଲେଖାଇଦେଲେ ବାପା । ମୁଁ କେସିଙ୍ଗାକୁ ଗଲି କମ୍ପୁଟର କ୍ଲାସ ପାଇଁ । ସବୁଦିନ ଏମିତି ଯାଏ । ଦିନକର କଥା ଯେତେବେଳେ ମୁଁ କମ୍ପୁଟର କ୍ଳାସ କରୁଥିଲି ସେହି ସମୟରେ ଜଣେ ଲାଲ ରଙ୍ଗ ବସ୍ତ୍ର ପିନ୍ଧିଥିବା ଏକ ସୁନ୍ଦରୀ କନ୍ୟା ପ୍ରବେଶ କଲା ଏବଂ ମୋ ପାଖେ ଆସି ବସିଲା ଏବଂ ତା କମ୍ପୁଟର ଚଳାଇଲା । ଯେତେତୁ ମୋ କମ୍ପୁଟର ଓ ତା କମ୍ପୁଟର ପାଖେ ଥିଲା । ମୁଁ ସେମିତି ରେ ବୋରିଙ୍ଗ ହେଉଥିଲି କିନ୍ତୁ ଯେତେବେଳେ ସେହି ସୁନ୍ଦରୀ କନ୍ୟା କୁ ଦେଖିଲି ମନ ମୋର ଆନନ୍ଦ ହୋଇ ଉଠିଲା । ସୁନ୍ଦରୀ ସହ କଥା ହେବା ପାଇଁ ମନ ଇଚ୍ଛା କଲା କିନ୍ତୁ ଟିକିଏ ଡର ଲାଗିଲା କାରଣ ଅଚିହ୍ନା କନ୍ୟାଟି ବୋଲି । କିନ୍ତୁ ତା ଆଡୁ ଯେତେବେଳେ ଭାବ ଆସିଲା ତେଣୁ କଥା ହେବା ପାଇଁ ମନରେ ସାହସ ଆସିଗଲା । ଦୁଇ ମନ ପରସ୍ପର କୁ ବାନ୍ଧି ହେବାର ପ୍ରକ୍ରିୟା ଆରମ୍ଭ ହୋଇଗଲା ।
ମନ ମୋ ବଦଳି ଗଲା
ସୁନ୍ଦରୀ କୁ ଦେଖି ।
ପବିତ୍ର ହୋଇଲା ଏହି
ଦୁଇ ମୋର ଆଖି ।।
ହୃଦୟରେ କନ୍ୟା ଦେଖି
ମୋର ହେଲା କଣ ।
ଜାଣି ପାରୁ ନାହିଁ
କନ୍ୟା ଟାଣୁଛି ମୋ ମନ ।।
ଇଚ୍ଛା ହେଉଛି ତା ସହ
କଥା ହେବା ପାଇଁ ।
ହେଲେ ମୋ ଛାତିରେ
ସାହସ ଟିକିଏ ନାହିଁ ।।
ହେଲେ ସେହି କନ୍ୟାଟି
ପ୍ରଥମେ କଥା ହେଲା ।
ମୋ ଇଚ୍ଛାକୁ ସେହି ସୁନ୍ଦରୀ
ପୂରଣ କଲା ।।
